fbpx

ମିଳିତ ମେଡିକାଲ ସେବା ପରୀକ୍ଷା ୨୦୨୪: ୮୨୭ଟି ପଦ ପୂରଣ ପାଇଁ UPSC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ନୂଆଦିଲ୍ଲୀ: ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ପକ୍ଷରୁ ଆସିଛି ଏକ ନିଯୁକ୍ତି ସୁଯୋଗ । ୮୨୭ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସିଷ୍ଟାଣ୍ଟ ଡିଭିଜନାଲ ମେଡିକାଲ ଅଧିକାରୀ, ଜେନେରାଲ ଡ୍ୟୁଟି ମେଡିକାଲ ଅଧିକାରୀ ଓ ଅନ୍ୟ ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ମିଳିତ ମେଡିକାଲ ସେବା ସେବା ପରୀକ୍ଷା ୨୦୨୪ ଜରିଆରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ । ସବିଶେଷ ତଥ୍ୟ ଜାଣିବା ପାଇଁ ପ୍ରାର୍ଥୀମାନେ ନିମ୍ନରେ ପ୍ରଦତ୍ତ ନୋଟିଫିକେସନ ଲିଙ୍କକୁ ଯାଇ ଚେକ୍ କରିପାରିବେ ।

ଅନଲାଇନ୍ ଆବେଦନର ଶେଷ ତାରିଖ ଏପ୍ରିଲ ୩୦ ରହିଥିବା ବେଳେ ମେ ୧ରୁ ୭ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଅନଲାଇନ୍ ଆପ୍ଲିକେସନ ସଂଶୋଧନ କରିପାରିବେ । ଜୁଲାଇ ମାସ ୭ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ । ମହିଳା, ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ଓ ପିଡବ୍ଲ୍ୟୁବିଡି ପ୍ରାର୍ଥୀଙ୍କ ବ୍ୟତୀତ ଅନ୍ୟ ସମସ୍ତ ପ୍ରାର୍ଥୀଙ୍କ ପାଇଁ ୨୦୦ ଟଙ୍କାର ଆବେଦନ ଫିସ୍ ରହିଛି । ପ୍ରାର୍ଥୀମାନେ କୌଣସି ଏସବିଆଇ ବ୍ରାଞ୍ଚରେ କ୍ୟାଶରେ, ନେଟ ବ୍ୟାଙ୍କିଂରେ, ଭିସା/ମାଷ୍ଟର/ ରୁପେ କ୍ରେଡିଟ / ଡେବିଟ କାର୍ଡ / ୟୁପିଆଇ ପେମେଣ୍ଟ କରିପାରିବେ ।

୨୦୨୪ ମସିହା ଅଗଷ୍ଟ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ସର୍ବାଧିକ ୩୨ ବର୍ଷ ଭିତରେ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ପ୍ରାର୍ଥୀ ଏମ.ବି.ବି.ଏସ ଫାଇନାଲ ପରୀକ୍ଷାର ଲିଖିତ ଓ ପ୍ରାକ୍ଟିକାଲ ପରୀକ୍ଷାରେ ପାସ୍ କରିଥିବା ଆବଶ୍ୟକ । ସମସ୍ତ ପଦ ପାଇଁ ପଦ ସଂଖ୍ୟା ଅଲଗା ଅଲଗା ରହିଛି । ଦେଶର ୪୧ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଆୟୋଜନ କରାଯିବ । ଓଡ଼ିଶାର କଟକ ଓ ସମ୍ବଲପୁର ପରୀକ୍ଷା ସେଣ୍ଟରରେ ପରୀକ୍ଷା କରାଯିବ ।

ଅନଲାଇନ୍ ଆବେଦନ ଲିଙ୍କ: https://upsconline.nic.in/upsc/OTRP/index.php

ନୋଟିଫିକେସନ ଲିଙ୍କ: https://upsc.gov.in/sites/default/files/Notifica-CMSE-2024-engl-100424.pdf

Get real time updates directly on you device, subscribe now.