ୟୁପିଏସସି ରେଜଲ୍ଟ , ପୁଣି ଟପ୍ ତାଲିକାରେ ଝିଅ ଆଗରେ, ପଛରେ ପଡ଼ିଗଲେ ପୁଅ
ଶକ୍ତି ଦୁବେ ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ହର୍ଷିତା ଗୋୟଲ। ତୃତୀୟ ସ୍ଥାନରେ ପୁଅ ଥିବା ବେଳେ ଟପ୍ପର ସ୍ଥାନ ପୁଣି ଥରେ ଝିଅ କରିଛନ୍ତି ଅକ୍ତିଆର।
ନୂଆଦିଲ୍ଲୀ: ପ୍ରକାଶ ପାଇଛି ୟୁନିଅନ ପବ୍ଲିକ୍ ସର୍ଭିସ କମିଶନ ରେଜଲ୍ଟ-୨୦୨୪। ପ୍ରତିଥର ଭଳି ଏଥର ମଧ୍ୟ ଟପ୍ ତାଲିକାରେ ପୁଅଙ୍କୁ ପଛରେ ପକାଇ ଟପ୍ପର ତାଲିକା ନିଜ ନାଁରେ କରିଛନ୍ତି ଝିଅ।
ଶକ୍ତି ଦୁବେ ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ହର୍ଷିତା ଗୋୟଲ। ତୃତୀୟ ସ୍ଥାନରେ ପୁଅ ଥିବା ବେଳେ ଟପ୍ପର ସ୍ଥାନ ପୁଣି ଥରେ ଝିଅ କରିଛନ୍ତି ଅକ୍ତିଆର।
ଶକ୍ତି ଦୁବେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ଜୈବ ରସାୟନ ବିଜ୍ଞାନରେ ସ୍ନାତକ (ବିଜ୍ଞାନ ସ୍ନାତକ) କରିଛନ୍ତି। କମିଶନ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ସେ ରାଜନୈତିକ ବିଜ୍ଞାନ ଏବଂ ଆନ୍ତର୍ଜାତୀୟ ସମ୍ପର୍କ ଇଚ୍ଛାଧୀନ ବିଷୟରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ସେହିପରି ବରୋଦାର ଏମଏସ ବିଶ୍ୱବିଦ୍ୟାଳୟରୁ ବି.କମ ସ୍ନାତକ କରିଥିବା ହର୍ଷିତା ଗୋୟଲ, ରାଜନୈତିକ ବିଜ୍ଞାନ ଏବଂ ଆନ୍ତର୍ଜାତୀୟ ସମ୍ପର୍କକୁ ଇଚ୍ଛାଧୀନ ବିଷୟ ଭାବରେ ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।
ଭାରତୀୟ ପ୍ରଶାସନିକ ସେବା (IAS), ଭାରତୀୟ ବୈଦେଶିକ ସେବା (IFS), ଭାରତୀୟ ପୋଲିସ ସେବା (IPS) ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ସେବା (ଗ୍ରୁପ ‘A’ ଏବଂ ‘B’) ସମେତ ମର୍ଯ୍ୟାଦାଜନକ ସେବା ପାଇଁ ମୋଟ 1,009 ପ୍ରାର୍ଥୀଙ୍କ ନାମ ସୁପାରିଶ କରାଯାଇଛି।