fbpx

ସରିଲା ଉର୍ଫିଙ୍କ ନିର୍ବନ୍ଧ ! ଭାଇରାଲ ହେଲା ଫଟୋ

ଓଡ଼ିଶା ଭାସ୍କର: ନିଜ ପୋଷାକକୁ ନେଇ ସବୁବେଳେ ଚର୍ଚ୍ଚାର ରହୁଥିବା ମଡେଲ୍‌ ଉର୍ଫି ଜାଭେଦ। ଅନେକ ଲୋକଙ୍କ ସମାଲୋଚନାର ଶୀକାର ହେଉଥାନ୍ତି ଉର୍ଫି । କେହିଲ କେହି ଉର୍ଫିଙ୍କୁ କ୍ରିଏଟିଭ୍ କହି ପ୍ରଶଂସା କରୁଥିବା ବେଳେ କିଛି ଲୋକ ଖରାପ କହିବାକୁ ପଛାନ୍ତି ନାହିଁ । ବେଳେବେଳେ ଉର୍ଫି ତାଙ୍କ ପୋଷାକ ମାଧ୍ୟମରେ ସମାଜକୁ ଖରାପ ବାର୍ତ୍ତା ଦେଉଛନ୍ତି ବୋଲି ବି ଅଧିକାଂଶ ସମୟରେ ଅଭିଯୋଗ ହୋଇଛି । ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିବା ଉର୍ଫି ଏବେ ନିର୍ବନ୍ଧ କରିଥିବା ନେଇ ଚର୍ଚ୍ଚା ହେଉଛି । ଉର୍ଫିଙ୍କର ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଜଣେ ଯୁବକଙ୍କ ସହ ବସି ପୂଜା କରୁଥିବା ଦେଖିବାକୁ ମିଳିଛି । ଏହି ଫଟୋ ସାମ୍ନାକୁ ଆସିବା ପରେ ଉର୍ଫି ମନ୍ଦିରରେ ନିର୍ବନ୍ଧ କରିଥିବା ନେଇ ଚର୍ଚ୍ଚା ହେଉଛି । ତେବେ ଏକା କେତେ ସତ ତାହା ଏଯାଏଁ ଜଣାପଡ଼ି ନାହିଁ ।

Get real time updates directly on you device, subscribe now.