fbpx

Surya Gochar 2024: 33 ଦିନ ଯାଏଁ 3 ରାଶିରେ ହେବ ଟଙ୍କା ବୃଷ୍ଟି, ଆପଣ ବି ହୋଇପାରନ୍ତି…

ଭୁବନେଶ୍ବର: ବୈଦିକ ଶାସ୍ତ୍ର ଅନୁସାରେ, ଗୋଟିଏ ରାଶିରେ କିଛି ଦିନ ରହିବା ପରେ ଗ୍ରହ ରାଶି ପରିବର୍ତ୍ତନ କରିଥାନ୍ତି । ଗ୍ରହର ପ୍ରଭାବ ଅନୁସାରେ ରାଶିର ବ୍ୟକ୍ତିଙ୍କ ଉପରେ ପ୍ରଭାବ ପଡିଥାଏ । ଗ୍ରହର ରାଜା ଗୋଟିଏ ରାଶିରେ ମାତ୍ର 29ରୁ 30 ଦିନ ରହିଥାନ୍ତି । ଏହାପରେ ଅନ୍ୟ ରାଶିକୁ ଗୋଚର କରିଥାନ୍ତି । ପଞ୍ଚାଙ୍ଗ ଅନୁସାରେ, ବର୍ତ୍ତମାନ ସୂର୍ଯ୍ୟଦେବ କନ୍ୟା ରାଶିରେ ରହିଛନ୍ତି । 17 ଅକ୍ଟୋବର ପର୍ଯ୍ୟନ୍ତ ଏହି ରାଶିରେ ରହିବେ ସୂର୍ଯ୍ୟ । ଏହାପରେ ତୁଳା ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ । ତୁଳା ରାଶିରେ 33 ଦିନ ରହିବେ । ଏହାପରେ ନଭମ୍ବର 16 ତାରିଖରେ ବିଛା ରାଶିରେ ପ୍ରବେଶ କରିବେ । ତେବେ ଜାଣନ୍ତୁ କେଉଁ ରାଶି ଉପରେ କଣ ରହିବ ପ୍ରଭାବ

କନ୍ୟା ରାଶି- 17 ଅକ୍ଟୋବର ଠାରୁ 16 ନଭେମ୍ବର ପର୍ଯ୍ୟନ୍ତ ଏହି ରାଶିର ବ୍ୟକ୍ତିବିଶେଷଭଙ୍କ ପାଇଁ ଦିନ ଉତ୍ତମ ରହିବ । ଏହା ଦ୍ବାରା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ । ସମୟ ପୂର୍ବରୁ କାର୍ଯ୍ୟ ପୁରା ହେବ । କ୍ୟାରିୟରରେ ଆଗକୁ ବଢିବା ପାଇଁ ମୌକା ମିଳିବ । ଯେଉଁମାନେ ଚାକିରି ଖୋଜୁଛନ୍ତି, ସେମାନଙ୍କୁ ଚାକିରି ସହିତ ଟଙ୍କା ବୃଷ୍ଟି ହେବାର ମଧ୍ୟ ସମ୍ଭାବନା ରହିଛି ।

ତୁଳା-ଏହି ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ । ତେବେ ସବୁଠୁ ଖୁସିରେ ରହିବେ ତୁଳା ରାଶିର ବ୍ୟକ୍ତିବିଶେଷ । ପଦୋନ୍ନତି ହେବାର ସମ୍ଭାବନା ରହିଛି । 33 ଦିନ ଭିତରେ ଚାକିରି ପାଇବେ । ଦାମ୍ପତ୍ୟ ଜୀବନ ପ୍ରେମମୟ ରହିବା ସହିତ ପରିବାରରେ ଖୁସି ଆସିବ । ସନ୍ତାନ ଲାଭ ପାଇବାର ସୁଯୋଗ ପାଇବେ । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ବିଦେଶରୁ ଶୁଭ ସଙ୍କେତ ମିଳିପାରେ ।

କୁମ୍ଭ ରାଶି- ସୂର୍ଯ୍ୟ ରାଶି ପରିବର୍ତ୍ତନ କରିବା ଫଳରେ ଏହାର ପ୍ରଭାବ କୁମ୍ଭ ରାଶି ଉପରେ ପଡିବ । ଏହି ରାଶିର ବ୍ୟକ୍ତିଙ୍କୁ ଚାକିରି ମିଳିବ । ମାନସିକ ଶାନ୍ତି ମିଳିବ । ଅଫିସରେ ପଦାଧିକାରୀଙ୍କ ଦ୍ବାରା ସମ୍ମାନିତ ହୋଇପାରନ୍ତି । ବ୍ୟବସାୟରେ ମଧ୍ୟ ଲାଭବାନ ହେବେ । ପରିବାରରେ ସାସ୍ଥ୍ୟ ସମସ୍ୟା ଲାଗି ରହୁଥିଲେ ଏଥିରୁ ମୁକ୍ତି ମିଳିବ ।

Get real time updates directly on you device, subscribe now.