fbpx

ରୁଷ ଜେଟରେ ଧକ୍କା ହୋଇ କଳା ସାଗରରେ ବୁଡିଗଲା ଆମେରିକା ଡ୍ରୋନ, ଦୁଇ ମହାଶକ୍ତିଙ୍କ ମଧ୍ୟରେ ବଢିଲା ଚିନ୍ତା

ନୂଆଦିଲ୍ଲୀ: ରୁଷ ଏବଂ ଆମେରିକା ମଧ୍ୟରେ ହୋଇଥିବା ଏକ ବଡ ଖବର ସାମ୍ନାକୁ ଆସିଛି । ଖବର ହେଉଛି ଯେ, କଳା ସାଗରରେ ଏକ ରୁଷ ଜେଟ୍ ଏବଂ ଆମେରିକା ଡ୍ରୋନ ମଧ୍ୟରେ ଦୁର୍ଘଟଣା ଘଟିଛି । ଏହି ସୂଚନା ଆମେରିକା ସେନା ଦେଇଛନ୍ତି । ସିଏନଏନ ଅନୁଯାୟୀ ଏକ ରୁଷ ଫାଇଟର ଜେଟ୍ ଆମେରିକା ଏୟାରଫୋର୍ସର ଏକ ଡ୍ରୋନକୁ ଧକ୍କା ଦେଇ କଳା ସାଗରେ ବୁଡାଇଦେଇଛି । ମଙ୍ଗଳବାର ଦିନ କଳା ସାଗରରେ ଉପରେ ରୁଷ ଜେଟ ଏବଂ ଆମେରିକୀୟ MQ-9 ରିପର ଡ୍ରୋନ ସାମ୍ନାସାମ୍ନି ହୋଇଛନ୍ତି । ସିଏନଏନ ଅନୁସାରେ ଏହି ଦୁର୍ଘଟଣାରେ ଆମେରିକା ଡ୍ରୋନର ପ୍ରୋପେଲରକୁ କ୍ଷତିଗ୍ରସ୍ତ କରିଛି ।

ସୂଚନା ଅନୁସାରେ, ଏହି ଘଟଣା ସେତେବେଳେ ହୋଇଥିଲା ଯେତେବେଳେ ଆମେରିକା ରିପର ଡ୍ରୋନ ଏବଂ ରୁଷର ଦୁଇଟି ଫାଇଟର ଜେଟ୍ SU-27 କଳା ସାଗର ଉପରେ ଅନ୍ତରାଷ୍ଟ୍ରୀୟ ଜଳ ସୀମାରେ ବୁଲୁଥିଲେ । ସିଏନଏନରେ ଆମେରିକା ଅଧିକାରୀଙ୍କ ବାସଭବନରେ କୁହାଯାଇଛି ଯେ, ଏହା ମଧ୍ୟରେ ରୁଷର ଏକ ଜେଟ୍ ଜାଣିଶୁଣି ଆମେରିକା ଡ୍ରୋନର ସାମ୍ନାକୁ ଆସିଯାଇ ଜେଟକୁ ଧକ୍କା ଦେଇ ଜଳରେ ବୁଡାଇ ଦେଇଛି । ଏହାରି ମଧ୍ୟରେ ଏକ ଜେଟ୍ ଡ୍ରୋନର ପ୍ରପେଲରକୁ କ୍ଷତିଗ୍ରସ୍ତ କରିଦେଇଛି । ଏହି ପ୍ରୋପେଲର ଡ୍ରୋନ ପଛରେ ଲାଗିଥିଲା । ପ୍ରୋପେଲର କ୍ଷତି ପରେ ଆମେରିକା ସେନା ମାନଙ୍କୁ କଳା ସାଗରେ ବୁଡିବାକୁ ବାଧ୍ୟ କରିଥିଲା ।

ଆମେରିକା ଏୟାରଫୋର୍ସର ଅଧିକାରୀ ଏବଂ ୟୁଏସ ଏୟାର ଫୋର୍ସେଜ ୟୁରୋପ ଏବଂ ଏୟାର ଆଫ୍ରିକାର କମାଣ୍ଡର ଜେମ୍ସ ବି ହେକର କହିଛନ୍ତି ଯେ, ‘ ଆମ MQ-9 ବିମାନ ଅନ୍ତରାଷ୍ଟ୍ରୀୟ ବାୟୁ କ୍ଷେତ୍ରରେ ନିୟମିତ ସଂଚାଳନ କରୁଥିଲା, ଯେତେବେଳେ ତାକୁ ଏକ ରୁଷ ବିମାନ ଦ୍ୱାରା ରୋକା ଯାଇ ମରାଯାଇଥିଲା ଯାହାର ପରିଣାମ ସ୍ୱରୁପ ଦୁର୍ଘଟଣା ଘଟିଥିଲା ଏବଂ MQ-9 ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା ।’ ଆମେରିକା ସେନା କହିଛନ୍ତି ଯେ, ରୁଷ ସେନାର ଏହି ଆକ୍ରମଣ ଭୟଙ୍କର ଥିଲା ଏବଂ ଏଥିରେ ଦୁଇ ଦେଶ ମଧ୍ୟରେ ମୁହାଁମୁହିଁ ଆଗକୁ ବଢିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.