ଭାରତ ଉପରେ ଆଜିଠୁ ଆମେରିକାର 25% ଶୁଳ୍କ ଲାଗୁ; ଅତିରିକ୍ତ 25% ଅଗଷ୍ଟ 27ରୁ ଲାଗୁ ହେବ, ମୋଟ ଶୁଳ୍କ 50%କୁ ବୃଦ୍ଧି

ଭାରତ ଉପରେ ଆଜିଠୁ 25% ଆମେରିକା ଶୁଳ୍କ ଲାଗୁ । ଅତିରିକ୍ତ ଶୁଳ୍କ ଅଗଷ୍ଟ 27ରୁ ଲାଗୁ ହେବ ।

ନୂଆଦିଲ୍ଲୀ: ଭାରତ ଉପରେ ଆଜିଠୁ 25% ଆମେରିକା ଶୁଳ୍କ ଲାଗୁ । ଅତିରିକ୍ତ ଶୁଳ୍କ ଅଗଷ୍ଟ 27ରୁ ଲାଗୁ ହେବ । କାଲି ଆହୁରି ଅତିରିକ୍ତ 25 ପ୍ରତିଶତ ଶୁଳ୍କ ଲଗାଇଛନ୍ତି ଟ୍ରମ୍ପ । ଭାରତ ଉପରେ ମୋଟ 50% ଶୁଳ୍କ ଲାଗିଲା । ଆଗକୁ ଆଉ କିଛି ନୂଆ ପ୍ରତିବନ୍ଧକ ଲଗାଇପାରନ୍ତି ଟ୍ରମ୍ପ ।

ଭାରତରୁ ଆମେରିକାକୁ ରପ୍ତାନୀ ହେଉଥିବା ସାମଗ୍ରୀ ଉପରେ ଗତକାଲି ଅତିରିକ୍ତ ୨୫% ଟାରିଫ ଲଗାଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟାରିଫ ବୃଦ୍ଧି ଧମକର ୨୪ ଘଣ୍ଟା ମଧ୍ୟରେ ଟ୍ରମ୍ପ ଏପରି ପଦକ୍ଷେପ ନେଇଛନ୍ତି। ରୁଷ ଠାରୁ ଭାରତ ତେଲ କିଣିବା ଜାରି ରଖିଥିବାରୁ ଟ୍ରମ୍ପ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହାକୁ ମିଶାଇ ଏବେ ଭାରତ ଉପରେ ଲାଗୁ ହେଉଥିବା ମୋଟ ଟାରିଫ ବା ଶୁଳ୍କ ପରିମାଣ ୫୦%କୁ ବୃଦ୍ଧି ପାଇଛି।

ଜୁନ ୩୦ରେ ଟ୍ରମ୍ପ ଘୋଷଣା କରିଥିବା ଟାରିଫ ଅଗଷ୍ଟ ୭ ଅର୍ଥାତ ଆଜିଠାରୁ ଲାଗୁ ହେଲା। ଆଜିଠୁ ଭାରତୀୟ ଦ୍ରବ୍ୟ ଗୁଡ଼ିକ ଉପରେ ଆମେରିକା ୨୫% ଟାରିଫ ଲଗାଇବ। ଗତକାଲି ଲାଗୁ ହୋଇଥିବା ଅତିରିକ୍ତ ୨୫% ଟାରିଫ ଅଗଷ୍ଟ ୨୭ରୁ ଲାଗୁ ହେବ। ମୋଟ ଉପରେ ଅଗଷ୍ଟ ୨୭ରୁ ଭାରତରୁ ରପ୍ତାନୀ ହେଉଥିବା ଜିନିଷ ଉପରେ ୫୦% ଟାରିଫ ଲାଗୁ କରିବେ ଡୋନାଲ୍ଡ ଟ୍ରମ୍ପ ।