fbpx

ସାପକୁ ମାରିବା ପାଇଁ ଜାଳିଦେଲେ ୧୩ କୋଟିର ଘର: ଦେଖନ୍ତୁ VIDEO

ନୂଆଦିଲ୍ଳୀ: ଯଦି ଆପଣଙ୍କ ଘରେ ସାପ ପଶିଯାଏ ତେବେ ଆପଣ କଣ କରିବେ । ସ୍ନେକ ହେଲ୍ପ ଲାଇନକୁ ଫୋନ କିମ୍ବା ନିଜେ ବାଡିରେ ତାକୁ ମାରିବାକୁ ପ୍ରୟାସ କରିବେ । ମାତ୍ର ଜଣେ ଆମେରିକୀୟ ବ୍ୟକ୍ତି ଏକ ସାପ ମାରିବାକୁ ଯାଇ ନିଜର ୧୩ କୋଟିର ଘର ଜଳେଇ ଦେଇଛନ୍ତି । ସାମାନ୍ୟ ସାପଟିକୁ ମାରିବା ପାଇଁ ୧୩ କୋଟିର ସମ୍ପତ୍ତି ପାଉଁଶ କରିଦେବା ଅସମ୍ଭବ ମନେ ହେଉଛି ମାତ୍ର ଆମେରିକାର ୱାଶିଂଟନ ଡିସିରେ ଘଟିଯାଇଛି ଏମିତି କିଛି ଘଟଣା । ୱାଶିଂଟନ ଡିସିରୁ ମାତ୍ର ୨୫ ମାଇଲ ଦୂର ପୁଲସଭିଲେ ଇଲାକାରେ ଏମିତି ଏକ ଘଟଣା ଘଟିଛି ।

ମଣ୍ଟେଗମେରୀ ଫାୟାର ଡିପାର୍ଟମେଣ୍ଟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଏହି ବ୍ୟକ୍ତି ଜଣଙ୍କ ସାପକୁ ଘଉଡାଇବା ପାଇଁ ଧୂଆଁର ବ୍ୟବହାର କରିବାକୁ ଚାହିଁଥିଲେ । ତେବେ ଧୂଆଁର ବ୍ୟବହାର ତାଙ୍କୁ ମହଙ୍ଗା ପଡିଥିଲା । ସମୁଦାୟ ଘର ଜଳିଯିବା ସହିତ ପ୍ରାୟ ୧.୮ ମିଲିୟନ ଡଲାରର କ୍ଷତି ହୋଇଥିଲା । ନଭେମ୍ବର ୨୩ ତାରିଖରେ ରାତି ୧୦ଟା ସମୟରେ ଏହି ଅଘଟଣ ଘଟିଥିଲା । ପ୍ରାୟ ୭୫ ଟି ଅଗ୍ନିଶମ ବିଭାଗ ଅଧିକାରୀ ନିଆଁ ଲିଭାଇବାକୁ ନିୟୋଜିତ ରହିଥିଲେ । ଧୂଆଁ ସୃଷ୍ଟି ପାଇଁ ରହିଥିବା କୋଇଲା କିଛି ଦହନଶୀଳ ପଦାର୍ଥ ସଂସ୍ପର୍ଶରେ ଆସି ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଦେଖନ୍ତୁ ଭିଡିଓ…..

Get real time updates directly on you device, subscribe now.