୪ ବର୍ଷ ପୂର୍ବେ ମରିଥିବା ବ୍ୟକ୍ତିର AI ଦ୍ୱାରା ହେଲା ପୁନର୍ଜନ୍ମ, କୋର୍ଟରେ ହେଲେ ନିଜ ହତ୍ୟାକାରୀଙ୍କ ସହ କଥା

କମାଲ କଲା ଏଆଇ, ମଲା ମଣିଷ କୋର୍ଟରେ ହେଲା ହାଜର

ନୂଆଦିଲ୍ଲୀ: କ୍ରିଷ୍ଟୋଫର ପେଲକିଙ୍କୁ ୪ ବର୍ଷ ତଳେ ଏକ ରୋଡ୍ ରେଜ୍ ଘଟଣାରେ ହତ୍ୟା କରାଯାଇଥିଲା। ବର୍ତ୍ତମାନ ସେ ଏଆଇ ମାଧ୍ୟମରେ ଫେରିଆସିଥିବା କଥା କୁହାଯାଉଛି।

୨୦୨୧ ମସିହାରେ ଆରିଜୋନର ଏକ ରାସ୍ତାରେ ପେଲକିଙ୍କର ଅନ୍ୟଜଣେ ବ୍ୟକ୍ତି ସହ ଯୁକ୍ତିତର୍କ ଲାଗିଥିଲା। ଏହି ସମୟରେ ୫୦ ବର୍ଷୀୟ ଗ୍ରାବିଏଲ ହାର୍କାସିଟାସ୍ ପେଲକିଙ୍‌କୁ ଗୁଳି କରି ହତ୍ୟା କରିଥିଲେ।

ସୋମବାର ଦିନ କୋର୍ଟରେ ଦଣ୍ଡାଦେଶ ସମୟରେ, ପେଲକି ଏଆଇ-ଜେନେରେଟେଡ୍ ଭିଡିଓ ବ୍ୟବହାର ଦ୍ୱାରା କଥା ହୋଇଥିଲେ। ଏହି ଭିଡିଓଟି ପେଲକିଙ୍କ ପରିବାର ଲୋକେ ଏଆଇ ଦ୍ୱାରା ପ୍ରସ୍ତୁତ କରିଛନ୍ତି।

କୋର୍ଟରେ ପେଲକି ନିଜ ହତକାରୀଙ୍କ ସହ ଅତି ଥଣ୍ଡାର ସହ କଥା ହୋଇଥିଲେ। ସେ କହିଥିଲେ ଯେ, ଏହା ଏକ ଲଜ୍ଜାଜନକ ଭେବେ ଆମେ ସେଦିନ ଭେଟିଥିଲୁ। ଯେମିତି ଈଶ୍ୱର କ୍ଷମା କରିବାରେ ବିଶ୍ୱାସ କରନ୍ତି, ଠିକ ମୁଁ ବି ସେମିତି କ୍ଷମା କରିବାକୁ ଭଲପାଏ।

ଏଆଇ ଭର୍ଜନରେ ପେଲକିଙ୍କୁ ଦେଖାଯାଇଛି, ସେ ବୁଢା ହେଲେ କେମିତି ଦେଖାଯିବେ। ଏଥିସହ ଏହି ଭିଡିଓରେ କୁହାଯାଇଛି ଯେ, ବୁଢା ହେବା ଏକ ଉପହାର, ଯାହାକି ସମସ୍ତଙ୍କୁ ମିଳିନଥାଏ।

ଏହି ପାୱାରଫୁଲ ଭିଡିଓରେ କୁହାଯାଇଥିବା କଥାକୁ ପେଲକିଙ୍କ ଭଉନୀ ଲେଖିଛନ୍ତି। ଏହା କୋର୍ଟରୁମକୁ ଚଳଚଞ୍ଚଳ କରିଦେଇଛି। ଜଜ ଟୋଡ ଲ୍ୟାଣ୍ଡ କହିଛନ୍ତି ଯେ, ମୁଁ ଏହି ଏଆଇକୁ ଭଲପାଏ। ହୋରକାସିଟାସଙ୍କୁ ୧୦.୫ ବର୍ଷ ଜେଲଦଣ୍ଡ ଦେବା ପୂର୍ବରୁ ବଚାରପତି ଟୋଡ୍ ଲାଙ୍ଗ କହିଛନ୍ତି ଯେ, ମୁଁ ଏଆଇକୁ ଭଲପାଏ।

ପେଲକିଙ୍କ ଭଉଣୀ କହିଛନ୍ତି ଯେ, ଏହି ଭିଡିଓଟି ସାହାଯ୍ୟ କରିଥିଲା ତାଙ୍କ ଭାଇଙ୍କ ଭଏସ ଦେବାକୁ। ସେ ଆହୁରି କହିଛନ୍ତି ଯେ, ମୁଁ ବିଶ୍ୱକୁ ଜଣାଇବାକୁ ଚାହୁଁଛି ଯେ, କ୍ରିଷ୍ଟଙ୍କ ଅସ୍ତିତ୍ୱ ଅଛି।