fbpx

ଆତଙ୍କୀ ବେଶରେ ନଜର ଆସିଲେ ବାଇଡେନ୍, ପୋଷ୍ଟରରେ ଲେଖା ହୋଇଛି- ‘ମେକିଙ୍ଗ ତାଲିବାନ ଗ୍ରେଟ୍ ଏଗେନ’

ନୂଆଦିଲ୍ଲୀ : ଆଫଗାନିସ୍ତାନରୁ ଆମେରିକାର ଲଜ୍ଜାଜନକ ପ୍ରତ୍ୟାହାର ପରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଖୁବ୍ ସମାଲୋଚନା କରାଯାଉଛି । ଖୋଦ୍ ଆମେରିକାବାସୀ ମଧ୍ୟ ଆଫଗାନରୁ କାହିଁକି ତରବରିଆ ଭାବେ ସୈନ୍ୟ ପ୍ରତ୍ୟାହାର କରାଗଲା ଏହାକୁ ନେଇ ବାଇଡେନଙ୍କୁ ପ୍ରଶ୍ନ କରୁଛନ୍ତି । ଏହା ମଧ୍ୟରେ ବାଇଡେନଙ୍କ ଏକ ପୋଷ୍ଟର ଖୁବ୍ ଚର୍ଚ୍ଚାରେ ରହିଛି । ପୋଷ୍ଟରରେ ରାଷ୍ଟ୍ରପତିଙ୍କୁ ତାଲିବାନ ଆତଙ୍କୀ ପୋଷାକରେ ଦେଖା ଯାଇଛି । ବାଇଡେନଙ୍କ ହାତରେ ମୋର୍ଟାର ରହିଛି । ଆଉ ପୋଷ୍ଟରରେ ଲେଖା ହୋଇଛି ‘ମେକିଙ୍ଗ ତାଲିବାନ ଗ୍ରେଟ୍ ଏଗେନ’ ।

ସୂଚନାଯୋଗ୍ୟ, ପୂର୍ବତର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ନିର୍ବାଚନ ପ୍ରଚାର ସମୟରେ ‘ମେକିଙ୍ଗ ଆମେରିକା ଗ୍ରେଟ୍ ଏଗେନ’ ନାରା ଖୁବ୍ ପ୍ରଚଳିତ ହେବା ସହ ଚର୍ଚ୍ଚା ସାଉଁଟିଥିଲା । ଗଣମାଧ୍ୟମ ଅନୁଯାୟୀ, ପେନସିଲଭେନିଆର ପୂର୍ବତନ ସିନେଟର ସ୍କଟ୍ ୱାଗନର ରାଷ୍ଟ୍ରପତି ଜୋ ବାଇଡେନଙ୍କ ବିରୋଧରେ ଏହି ପୋଷ୍ଟର ଲଗାଇଛନ୍ତି । ସେ ପ୍ରାୟ ୧୫ ହଜାର ଡଲାର ମୂଲ୍ୟରେ ରାଜପଥରେ ଏମିତି ଅନେକ ପୋଷ୍ଟର ଏବଂ ହୋର୍ଡିଂ ଲଗାଇଛନ୍ତି । ଦ ୟର୍କ ଡେଲିକୁ ଦେଇଥିବା ସାକ୍ଷାତକାରରେ ସ୍କଟ୍ କହିଛନ୍ତି, ବାଇଡେନଙ୍କ ଗୋଟିଏ ଭୁଲ୍ ନିଷ୍ପତ୍ତି କାରଣରୁ ଆମେରିକାକୁ ପୂରା ଦୁନିଆ ସାମ୍ନାରେ ନିନ୍ଦିତ ହେବାକୁ ପଡିଛି । ଭିଏତନାମର ଲଜ୍ଜାଜନକ ଘଟଣାକୁ ମଧ୍ୟ ଏହା ଟପି ଯାଇଛି । ଆଜି ଆପଣ ସେହି ଲୋକଙ୍କୁ କଣ ଜବାବ ଦେବେ ଯେଉଁମାନେ ଆଫଗାନିସ୍ତାନରେ ଲଢେଇ କରିଥିଲେ ।

 

କାହାରି କଥା ଶୁଣିନଥିଲେ ବାଇଡେନ

ପୂର୍ବତନ ସିନେଟର କହିଛନ୍ତି, ସେ ଟ୍ରମ୍ପଙ୍କ ସମର୍ଥକ ନୁହନ୍ତି । ଯଦି ଟ୍ରମ୍ପ ଏମିତି ନିଷ୍ପତ୍ତି ନେଇଥାନ୍ତେ ତେବେ ତାଙ୍କୁ ମଧ୍ୟ ସେ ଏମିତି ପୋଷ୍ଟର ଲଗାଇ ବିରୋଧ କରିଥାନ୍ତେ । ସେ ଏହା ମଧ୍ୟ କହିଛନ୍ତି, ଆମେରିକା ସୈନିକଙ୍କ ପ୍ରତ୍ୟାହାର ନିଷ୍ପତ୍ତି ବାତିଲ କରିବା ପାଇଁ ବାଇଡେନଙ୍କ ଉପରେ ଚାପ ପକାଯାଇଥିଲା । ହେଲେ ସେ କାହାରି କଥା ଶୁଣିନଥିଲେ ବୋଲି ସ୍କଟ୍ କହିଛନ୍ତି ।

Get real time updates directly on you device, subscribe now.