fbpx

ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ଆମେରିକା ରାଷ୍ଟ୍ରପତି ବାଇଡେନ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବିଜୟ ପାଇଁ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନାକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ଜନତାନ୍ତ୍ରିକ (ଏନ୍.ଡି.ଏ) ମେଣ୍ଟକୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । “ଭବିଷ୍ୟତ ପାଇଁ ଆମ ଦୁଇ ଦେଶ ମଧ୍ୟରେ ବନ୍ଧୁତା ବୃଦ୍ଧି ପାଉ ବୋଲି କହିଛନ୍ତି । ଏଥି ସହିତ ଦୁଇ ଦେଶ ମଧ୍ୟରେ ପାର୍ଟନରସିପ୍ ଭଲ ରହିବା ନେଇ ଆଶା କରାଯାୁଛି ।”

ସେପଟେ ଋଷି ସୁନାକ ଟୁଇଟ୍ କରି କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନରେ କଥା ହୋଇଛନ୍ତି । ସେ ହିନ୍ଦୀରେ ଲେଖିଛନ୍ତି, “ବ୍ରିଟେନ ଏବଂ ଭାରତ ମଧ୍ୟରେ ଘନିଷ୍ଠ ବନ୍ଧୁତା ରହିଛି ଏବଂ ଏହି ବନ୍ଧୁତା ଏକାଠି ବିକଶିତ ହେବ ।”

ଲୋକସଭା ନିର୍ବାଚନ ଫଳାଫଳରେ ବିଜେପି ଏକାକୀ ସଂଖ୍ୟାଗରିଷ୍ଠତାଠାରୁ ବହୁ ଦୂରରେ ରହି ୨୪୦ଟି ଆସନରେ ବିଜୟୀ ହୋଇଛି । ତେବେ ଏନଡିଏର ସହଯୋଗୀ ଦଳ ସହ ମିଶି ବିଜେପି ନେତୃତ୍ୱରେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ଅତିକ୍ରମ କରାଯାଉଛି । ବୁଧବାର ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏନଡିଏ ଦଳଗୁଡ଼ିକ ବୈଠକ କରି ନରେନ୍ଦ୍ର ମୋଦୀଙ୍କୁ ନେତା ଭାବେ ନିର୍ବାଚିତ କରିଛନ୍ତି ।

Get real time updates directly on you device, subscribe now.