fbpx

ଆମେରିକା ରାଷ୍ଟ୍ରପତିଙ୍କ କାରକେଡ଼କୁ ପିଟିଲା କାର, ଅଳ୍ପକେ ବର୍ତ୍ତିଲେ ଜୋ ବାଇଡେନ୍‌

Advertisement

ୱିଲମିଙ୍ଗଟନ୍‌: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କାରକେଡ଼କୁ ପିଟିଲା କାର । ଏହି ଦୁର୍ଘଟଣା ପରେ ବାଇଡେନ ଓ ତାଙ୍କ ପତ୍ନୀ ସୁରକ୍ଷିତ ଆଛନ୍ତି । ଆମେରିକାର ସିକ୍ରେଟ୍ ସର୍ଭିସ ଦ୍ୱାରା ଘଟଣାର ତଦନ୍ତ ଆରମ୍ଭ କରାଯାଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ଗିରଫ କରାଯାଇଛି ।
ସୂଚନାରୁ ପ୍ରକାଶ ରବିବାର ଜୋ ବାଇଡେନ ଏବଂ ତାଙ୍କ ପତ୍ନୀ ଜିଲ୍ ବାଇଡେନ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ବାଇଡେନଙ୍କ ଠାରୁ ପ୍ରାୟ ୪୦ ମିଟର ଦୂର ଏକ ଛକରେ ଥିବା ଏକ ଏସ୍‌ୟୁଭି ସହ ସେଡାନ୍ ମୁହାଁ ମୁହିଁ ହୋଇଥିଲା । ଏହା ପରେ ସୁରକ୍ଷାକର୍ମୀମାନେ ରାଷ୍ଟ୍ରପତିଙ୍କୁ କାରରେ ସୁରକ୍ଷିତ ଭାବେ ଅନ୍ୟତ୍ର ନେଇଯାଇଥିଲେ ।

Get real time updates directly on you device, subscribe now.