fbpx
BJD
BJD SKY
BJD SKY

ଇମ୍ରାନ ଖାନଙ୍କ ଋଷ ଗସ୍ତର ପ୍ରତିଶୋଧ ନେଉଛି ଆମେରିକା: ପାକିସ୍ତାନ ସଙ୍କଟକୁ ନେଇ ବୟାନ ଜାରି କଲା ଋଷ

ନୂଆଦିଲ୍ଳୀ: ପାକିସ୍ତାନରେ ଦେଖା ଦେଇଛି ଗଭୀର ରାଜନୈତିକ ସଙ୍କଟ । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିବା ବେଳେ ସଂସଦ ଭାଙ୍ଗି ଦେଇଥିଲେ ଇମ୍ରାନ ଖାନ୍ । ଦେଶରେ ୯୦ ଦିନ ମଧ୍ୟରେ ନିର୍ବାଚନ କରିବା ପାଇଁ ରାଷ୍ଟ୍ରପତି ଆଦେଶ ଦେଇଥିବା ବେଳେ ସୁପ୍ରିମକୋର୍ଟଙ୍କ ଦ୍ୱାରାସ୍ଥ ହୋଇଛନ୍ତି ବିରୋଧୀ ଦଳ । ଅନ୍ୟପକ୍ଷରେ ଏହି ଅନାସ୍ଥା ପ୍ରସ୍ତାବ ପଛରେ ବିଦେଶୀ ଶକ୍ତିଙ୍କ ହାତ ରହିଥିବା ନେଇ ଇମ୍ରାନ ଖାନ ଅଭିଯୋଗ କରିଥିଲେ । ମଙ୍ଗଳବାର ଦିନ ଇମ୍ରାନଙ୍କ ସହିତ ସମାନ ସ୍ୱର ମିଳାଇଛି ଋଷିଆ ।

ପାକିସ୍ତାନରେ ଦେଖା ଦେଇଥିବା ରାଜନୈତିକ ଅସ୍ଥିରତା ପାଇଁ ଆମେରିକା ଦାୟୀ ବୋଲି ଋଷ ପକ୍ଷରୁ କୁହାଯାଇଛି । ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବାର ଠିକ୍ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଋଷ ଗସ୍ତ କରିଥିଲେ । ଆମେରିକା ପକ୍ଷରୁ ଏହି ଗସ୍ତ ଉପରେ ରୋକ ଲଗାଇବାକୁ ପ୍ରୟାସ କରାଯାଇଥିଲା । ମାତ୍ର ଇମ୍ରାନ ସମସ୍ତ ପ୍ରତିବନ୍ଧକ ସତ୍ତେ ମସ୍କୋ ଗସ୍ତ କରିଥିଲେ । ଏହା ସହିତ ଋଷ-ୟୁକ୍ରେନକୁ ଚମକ୍ରାର ବୋଲି ବର୍ଣ୍ଣନା କରିଥିଲେ ଇମ୍ରାନ ଖାନ୍ । ଏହାପରେ ଆମେରିକା ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ପାଇଁ ଧମକ ମଧ୍ୟ ଦେଇଥିଲା ।

Get real time updates directly on you device, subscribe now.