fbpx

୪୭୧୫ ଟଙ୍କା ଶସ୍ତା ହେଲା ସୁନା, ଫଟାଫଟ୍ ରେଟ୍ ଜାଣିବାକୁ ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: ବିବାହ ଋତୁ ଆରମ୍ଭ ହେବା ପୂର୍ବରୁ ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଖୁସିଖବର । ଗତ କିଛିଦିନ ଭିତରେ ସୁନା ସହ ରୂପା ଦର ବି କମିଯାଇଛି । ଗତ ଶୁକ୍ରବାର ତୁଳନାରେ ସୋମବାର ଦିନ ସୁନା ୧୦ ଗ୍ରାମ ପିଛା ୧୫୩ ଟଙ୍କା ଶସ୍ତା ହୋଇଥିବା ବେଳେ ରୂପା ଦର କିଲୋଗ୍ରାମ ପିଛା ୨୬୧ ଟଙ୍କା ହ୍ରାସ ପାଇଛି ।

ତେବେ ରୁଷ-ୟୁକ୍ରେନ ମଧ୍ୟରେ ଗତ ୩୮ ଦିନ ଧରି ଚାଲିଥିବା ଯୁଦ୍ଧ ଓ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ତଳ-ଉପର ହେଉଥିବା ମଧ୍ୟରେ ଭାରତ ସମେତ ସାରାବିଶ୍ୱର ବୁଲିଅନ୍ ବଜାରରେ ସୁନା-ରୂପା ଦରରେ ଅସ୍ଥିରତା ଦେଖିବାକୁ ମିଳିଛି । ସୋମବାର ଦିନ ୧୫୩ ଟଙ୍କା ଶସ୍ତା ହୋଇ ୧୦ ଗ୍ରାମ ପିଛା ସୁନା ଦର ୫୧,୪୮୫ ଟଙ୍କା ହୋଇଥିବା ରେକର୍ଡ କରାଯାଇଛି । ଏହା ପୂର୍ବରୁ ଶୁକ୍ରବାର ଦିନ ସୁନା ଦର ୧୦ ଗ୍ରାମ ପିଛା ୫୧,୬୩୮ ଟଙ୍କା ଥିଲା । ଅନ୍ୟପଟେ ରୂପା ଦର ୨୬୧ ଟଙ୍କା ଶସ୍ତା ହୋଇ କିଲୋଗ୍ରାମ ପିଛା ୬୬,୬୨୮ ଟଙ୍କା ହୋଇଛି ।

ଏହିପରି ସୋମବାର ଦିନ ୨୪ କ୍ୟାରେଟ୍ ସୁନା ୧୫୩ ଟଙ୍କା ଶସ୍ତା ହୋଇ ୫୧୪୮୫ ଟଙ୍କା, ୨୩ କ୍ୟାରେଟ୍ ସୁନା ୧୫୨ ଟଙ୍କା ଶସ୍ତା ହୋଇ ୫୧୨୭୯ଟଙ୍କା, ୨୨ କ୍ୟାରେଟ୍ ସୁନା ୧୪୦ ଟଙ୍କା ଶସ୍ତା ହୋଇ ୪୭୧୬୦ ଟଙ୍କା, ୧୮ କ୍ୟାରେଟ୍ ସୁନା ୧୧୫ ଟଙ୍କା ଶସ୍ତା ହୋଇ ୩୮୬୧୪ ଟଙ୍କା ଓ ୧୪ କ୍ୟାରେଟ୍ ସୁନା ୮୯ ଟଙ୍କା ଶସ୍ତା ହୋଇ ୧୦ ଗ୍ରାମ ପିଛା ୩୦୧୧୯ ଟଙ୍କାରେ ବନ୍ଦ ହୋଇଛି ।

ତେବେ ଅଲଟାଇମ୍ ହାଇରୁ ସୁନା ୪୭୧୫ ଓ ରୂପା ୧୩,୩୫୨ ଟଙ୍କା ଶସ୍ତାରେ ବିକ୍ରି ହେଉଛି । ୨୦୨୦ ଅଗଷ୍ଟରେ ସୁନା ରେଟ୍ ଏହାର ସର୍ବକାଳୀନ ଉଚ୍ଚତା ରେକର୍ଡ କରିଥିଲା । ସେହି ସମୟରେ ସୁନା ୧୦ ଗ୍ରାମ ପିଛା ୫୬,୨୦୦ ଟଙ୍କା ହୋଇଥିଲା । ସେହିପରି ରୂପା ୧୩,୩୩୫୨ ଟଙ୍କା ଶାସ୍ତାରେ ବିକ୍ରି ହେଉଛି । ରୂପାର ବର୍ତ୍ତମାନ ସୁଦ୍ଧା ଉଚ୍ଚ ରେକର୍ଡ କିଲୋଗ୍ରାମ ପିଛା ୭୯,୯୮୦ ଟଙ୍କାରେ ପହଞ୍ଚିଥିଲା ।

ଅନ୍ୟପଟେ ୨୨ କ୍ୟାରେଟ୍ ଓ ୧୮ କ୍ୟାରେଟ୍ ସୁନା ଅଳଙ୍କାରର ଖୁଚୁରା ହାର ଜାଣିବା ପାଇଁ ଆପଣ ୮୯୫୫୬୬୪୪୩୩ କୁ ଏକ ମିସ୍ କଲ କରିପାରିବେ । କିଛି ସମୟ ମଧ୍ୟରେ ଏସଏମଏସ ଜରିଆରେ ଆପଣ ନୂଆ ରେଟ୍ ଜାଣିପାରିବେ । ଏହା ସହ ଲଗାତାର ଅପଡେଟ ଜାଣିବାକୁ ଆପଣ www.ibja.co ବା ibjarates.com ରେ ଯାଇ ଦେଖିପାରିବେ ।

 

Get real time updates directly on you device, subscribe now.