fbpx

ମହିଳା ଅର୍ଡର କଲେ ସାଣ୍ଡୱିଚ: ଟିପରେ ଦେଇଦେଲେ ୬ ଲକ୍ଷ ଟଙ୍କା, ଏବେ ମାଗୁଛନ୍ତି ଫେରସ୍ତ

ନୂଆଦିଲ୍ଲୀ: କୌଣସି ରେଷ୍ଟୁରାଣ୍ଟରେ ଖାଇବା ପରେ କିଛି ଲୋକେ ଟିପ ପାଇଁ କିଛି ଟଙ୍କା ଦେବାକୁ ପସନ୍ଦ କରିଥାନ୍ତି । ସାଧାରଣତଃ ଭାରତରେ ଲୋକେ ୧୦ ରୁ ୨୦ ଟଙ୍କାର ଟିପ ଦିଅନ୍ତି । ହେଲେ ଜଣେ ମହିଳା ୬ ଲକ୍ଷ ଟଙ୍କାର ଟିପ ଦେଇଥିବା କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ହେଲେ ଟିପ ଏତେ ପରିମାଣର ଟଙ୍କା ସେ ଜାଣିଶୁଣି ଦେଇ ନାହାନ୍ତି, ତାଙ୍କ ଦ୍ୱାରା ଏହା ଭୁଲ ହୋଇଯାଇଛି । ଆମେରିକାରେ ଜଣେ ମହିଳା ଗ୍ରାହକ ସାଣ୍ଡୱିଚ କିଣିବା ବେଳେ ଏପରି ଭୁଲ କରିଛନ୍ତି । ସେ ଭୁଲରେ ୭୦୦୦ ଡଲାରରୁ ଅଧିକ ଟିପ ଦେଇଛନ୍ତି ।

ବେରା କର୍ଣ୍ଣର କହିଛି ଯେ, ସେ ନିଜ ଘର ପାଖରେ ଥିବା ସବୁଠାରୁ ମହଙ୍ଗା ରେଷ୍ଟୁରାଣ୍ଟରେ ୨୩ ଅକ୍ଟୋବରରେ ସାଣ୍ଡୱିଚ ଅର୍ଡର କରିଥିଲେ । ଏହାର ମୂଲ୍ୟ ୭.୫୪ ଡଲାର ଥିଲା । ଏହି ସମୟରେ ସେ ଭୁଲରେ ୭,୧୦୫.୪୪ ଡଲାର ଅର୍ଥାତ ୫ଲକ୍ଷ ୯୧ ହଜାର ୯୫୧ ଟଙ୍କା ଟିପ୍ ଦେଇଛନ୍ତି । କର୍ଣ୍ଣରକୁ ବ୍ୟାଙ୍କ ଅଫ ଆମେରିକାର କ୍ରେଡିଟ କାର୍ଡ ଏହି ପେମେଣ୍ଟ କରିଥିଲେ । ମହିଳା କହିଛନ୍ତି ଯେ, ପେମେଣ୍ଟ ସମୟରେ ସେ ଭୁଲରେ ନିଜ ଫୋନ ନମ୍ବରର ଶେଷ ୬ ଅଙ୍କ ଟାଇପ କରିଦେଇଛନ୍ତି । ସେ ଭାବିଛନ୍ତି ଯେ, ସେ ସବୁଠାରୁ ଲୋୟାଲ୍ଟି ପଏଣ୍ଟ ହାସଲ କରିଛନ୍ତି । କଷ୍ଟମର ଦାବି କରିଛନ୍ତି ଯେ, ଏପର୍ଯ୍ୟନ୍ତ ସ୍କ୍ରିନ ବଦଳିଯାଇଛି ଏବଂ ପେମେଣ୍ଟ କରିଥିବା ଅତିରିକ୍ତ ରାଶି ଟିପ ବୋଲି ଦେଖାଉଛି ।

ମହିଳା ଗ୍ରାହକ ଜଣକ କହିଛନ୍ତି ଯେ, ସେ ଯେତେବେଳେ ନିଜ କାର୍ଡର ଷ୍ଟେଟମେଣ୍ଟ ଦେଖିଛନ୍ତି ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହାର କିଛି ଦିନ ପରେ ସେ ଜାଣିବାକୁ ପାଇଲେ ଯେ, ତାଙ୍କ ଦ୍ୱାରା ଏପରି ଭୁଲ ହୋଇଛି । କର୍ଣ୍ଣର କହିଛି ଯେ, ଆକାଉଣ୍ଟ ଚେକ କରିବା ପରେ ମୋ ମୁହଁରୁ ଓ ମାଇ ଗଡ୍ ବୋଲି ବାହାରିଲା । କର୍ଣ୍ଣର କହିଛି ଯେ, ମୁଁ ବ୍ୟାଙ୍କ ସହ କଥା ହେଇଛି ଏବଂ ଏହି ଟଙ୍କା ରିଟର୍ଣ୍ଣ ପାଇବା ବହୁତ ସହଜ ହେବ । ହେଲେ ଏପର୍ଯ୍ୟନ୍ତ ଏହା ହୋଇନାହିଁ । ବ୍ୟାଙ୍କ ଟଙ୍କା ଫେରାଇବା ପାଇଁ ମନା କରିଦେଲା । ଏହାକୁ ନେଇ ମୁଁ ବହୁତ ଚିନ୍ତିତ ।

Get real time updates directly on you device, subscribe now.