fbpx

ହସ୍ପିଟାଲରେ ମୋବାଇଲ ବ୍ୟବହାର କରୁଛନ୍ତି କି, ଜାଣନ୍ତୁ କଣ ଘଟିପାରେ ଆପଣଙ୍କ ସହିତ

ଇଣ୍ଟେନସିଭ କେୟାର ୟୁନିଟ (ଆଇସିୟୁ) ପ୍ରତ୍ୟେକ ହସ୍ପିଟାଲର ଏକ ମୁଖ୍ୟ ୱାର୍ଡ । ଆଇସିୟୁରେ ଗୁରୁତର ରୋଗୀଙ୍କୁ ଆଧୁନିକ ଯନ୍ତ୍ରପାତି ସହ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଘଣ୍ଟା ଘଣ୍ଟା ଧରି ରଖାଯାଏ । ଏଠାରେ ରୋଗୀ ଜୀବାଣୁଙ୍କ ସଂକ୍ରମଣରୁ ରକ୍ଷା ପାଇଥାଏ ଓ ଶୀଘ୍ର ସୁସ୍ଥ ହୋଇଥାଏ । ଅନେକ ସତର୍କତା ଅବଲମ୍ବନ ସତ୍ତେ୍ୱ ମଧ୍ୟ ଜୀବାଣୁମାନେ ଆଇସିୟୁ ମଧ୍ୟକୁ ପଶିବାକୁ ଅନେକ ପ୍ରୟାସ ଜାରି ରଖିଥାନ୍ତି ।

ନିକଟରେ ତିରୁପତି ଏସଭି ବିଶ୍ୱବିଦ୍ୟାଳୟର ଡାକ୍ତରୀ ଟିମ୍ ଅନୁସନ୍ଧାନ କରି ଏକ ଖୁଲାସା କରିଛନ୍ତି । ସେମାନେ ଉଲ୍ଲେଖ କରିଛନ୍ତି ଯେ, ଆଇସିୟୁରେ ମୋବାଇଲ ବ୍ୟବହାର କରିବା ସାଂଘାତିକ ହୋଇପାରେ । ତେଣୁ ଡାକ୍ତର ଓ ଅନ୍ୟ ସହକର୍ମୀଙ୍କୁ ଆଇସିୟୁ ମଧ୍ୟକୁ ମୋବାଇଲ ନେବା ଅନୁଚିତ ।

ପରୀକ୍ଷଣରୁ ଜଣାଗଲା ଯେ, ୧୦୦ ଜଣ ଡାକ୍ତରଙ୍କ ମଧ୍ୟରୁ ୫୬ ଜଣଙ୍କ ମୋବାଇଲରେ ଜୀବାଣୁ ରହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜୀବାଣୁଗୁଡ଼ିକ ଠାରେ ଆଣ୍ଟିବାୟୋଟିକ ସହ ଲଢ଼ିବାର କ୍ଷମତା ଅଧିକ ରହିଥିଲା । ଅର୍ଥାତ ସେ ଜୀବାଣୁଗୁଡ଼ିକ ଆମର ବହୁତ କ୍ଷତି କରିପାରିବେ ।

କୁହାଯାଇଛି ଯେ, ମୋବାଇଲ ବ୍ୟବହାର କରିବା ଦ୍ୱାରା ଆମ ହାତର ମଇଳା ସବୁ କିପ୍ୟାଡରେ ଜମି ହୋଇ ରହିଥାଏ । ମୋବାଇଲରେ କଥାହେବା ସମୟରେ ପାଟିରୁ ଲାଳ ଛିଟିକି ପଡ଼ିଥାଏ । ଲାଳରେ ଥିବା ଜୀବାଣୁ ମୋବାଇଲରେ ଦୀର୍ଘଦିନ ପର୍ଯ୍ୟନ୍ତ ଜମି ରହିଥାଏ । ଯାହାଫଳରେ ମୋବାଇଲରେ ଟଏଲେଟ ଠାରୁ କ୍ଷତିକାରକ ଜୀବାଣୁ ଦେଖିବାକୁ ମିଳିଥାଏ । ଏହିପରି ଭାବରେ ଆଇସିୟୁରେ ଭର୍ତ୍ତି ହୋଇଥିବା ଜଣେ ରୋଗୀ ପାଇଁ ମୋବାଇଲ ଘାତକ ସାଜିଥାଏ ।

ମେଡିକାଲରେ ମୋବାଇଲ ବ୍ୟବହାର କରିବା କ୍ଷତିକାରକ ବୋଲି ପୂର୍ବରୁ କୁହାଯାଇଛି । ଫ୍ରାନ୍ସ ସମେତ ୟୁରୋପର ଅନେକ ଦେଶରେ ମେଡିକାଲକୁ ମୋବାଇଲ ନେବାକୁ ବାରଣ କରିଛନ୍ତି । ଅନେକ ଦେଶ ଏନେଇ ଏକ ଆଇନ ଆଣିବାକୁ ପ୍ରସ୍ତୁତି ଚଳାଇଛନ୍ତି ।

ମୋବାଇଲ ଫୋନରୁ ନିର୍ଗତ ହେଉଥିବା ତରଙ୍ଗ ଡାକ୍ତରୀ ମେସିନର ବହୁତ କ୍ଷତି ଘଟାଉଥିବାରୁ ୟୁରୋପରେ ଏହାକୁ ବାରଣ କରାଯାଇଛି । ଆମେରିକାରେ ୪ ହଜାର ଲୋକଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା । ତେବେ ମୋବାଇଲ ବ୍ୟବହାର ଯୋଗୁ ଡାକ୍ତରଙ୍କ ଭୁଲ କରିବାର ସମ୍ଭାବନା ରହିଛି ବୋଲି ସର୍ଭେରୁ ସ୍ପଷ୍ଟ ହୋଇଛି ।

Get real time updates directly on you device, subscribe now.