fbpx

ଏହିସବୁ ଦିନରେ ଭୁଲରେ ବି ପତି-ପତ୍ନୀ ରଖନ୍ତୁ ନାହିଁ ସମ୍ବନ୍ଧ; ନଚେତ୍ ଜୀବନସାରା ଭୋଗିବାକୁ ପଡିବ ସନ୍ତାନ ସମ୍ବନ୍ଧୀୟ ଏହି ଦୁଃଖ

ହିନ୍ଦୁ ଧର୍ମରେ ସପ୍ତାହର ପ୍ରତ୍ୟେକ ଦିନ ଏବଂ ମାସର କିଛି ପ୍ରମୁଖ ତିଥିରେ ବିଭିନ୍ନ ପ୍ରକାର , ଉପବାସ ଏବଂ ପର୍ବ ରହିଥାଏ । ଯେଉଁଥିପାଇଁ କିଛି ନିୟମ ମଧ୍ୟ ରହିଛି । ଏହି ଦିନ, ମହିଳା ଏବଂ ପୁରୁଷମାନଙ୍କ ପାଇଁ ମଧ୍ୟ କିଛି ଜିନିଷ ଥାଏ , ଯାହାକୁ ଅନୁସରଣ କରିବା ଉଚିତ୍ । ଏପରି କରିବା ଦ୍ୱାରା ସେମାନଙ୍କ ଉପରେ ଦେବା ଦେବୀଙ୍କ ଆର୍ଶୀବାଦ ରହିବା ସହ ଘରକୁ ସୁଖ ଶାନ୍ତି ମଧ୍ୟ ଆସିଥାଏ । ଧାର୍ମିକ ଶାସ୍ତ୍ରରେ ମହିଳା ଏବଂ ପୁରୁଷମାନଙ୍କୁ କିଛି ବିଶେଷ ଦିନରେ ବ୍ରହ୍ମାଚର୍ଯ୍ୟ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ଯଦି କୌଣସି ଦମ୍ପତ୍ତି ଏହାକୁ ପାଳନ ନ କରନ୍ତି ତେବେ, ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖାନ ହେବାକୁ ପଡିବ । ଶାସ୍ତ୍ର ଅନୁଯାୟୀ, ଏହି ଦିନରେ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ହେତୁ ଜନ୍ମ ହୋଇଥିବା ଶିଶୁକୁ ଶାରୀରିକ ଏବଂ ମାନସିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ। ଆସନ୍ତୁ ଜାଣିବା କେଉଁ ଦିନ ସ୍ୱାମୀ-ସ୍ତ୍ରୀ ସମ୍ପର୍କ ରଖିବା ଠାରୁ ଦୂରେଇ ରହିବା ଉଚିତ୍ ।

ଏହିସବୁ ଦିନରେ ପୁରୁଷ ଏବଂ ମହିଳା ସମ୍ପର୍କ ସ୍ଥାପନ କରିବା ଅନୁଚିତ୍:

– ହିନ୍ଦୁ ଧର୍ମର ନବରାତ୍ରୀକୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ । ଏହି ସମୟରେ ଦେବା ଦେବୀଙ୍କୁ ପୂଜାରେ ନିଜ ସମୟ ଅତିବାହିତ କରିବା ଉଚିତ୍ । ଏଥିସହିତ ଏହି ସମୟ ମଧ୍ୟରେ ପତି ପତ୍ନୀ ପରସ୍ପରଲ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ କରିବା ନିଷେଧ । ଏପରି କରିବା ଦ୍ୱାରା ଏବାର ପ୍ରଭାବ ପିଲାମାନଙ୍କ ଉପରେ ପଡିଥାଏ । ଫଳରେ ସେମାନେ ତାଙ୍କ ଜୀବନରେ ଅନେକ କଷ୍ଟ ଭୋଗିଥାନ୍ତି ।

– ସ୍ୱାମୀ-ସ୍ତ୍ରୀ ଅମାବାସ୍ୟା ଦିନ କେବେବି ସମ୍ପର୍କ ସ୍ଥାପନ କରିବା ଉଚିତ୍ ନୁହେଁ । ଏପରି କରିବା ସେମାନଙ୍କ ସମ୍ପର୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଏତତ୍ ବ୍ୟତୀତ ଏହି ଦିନ ଜନ୍ମ ହୋଇଥିବା ଶିଶୁର ଭବିଷ୍ୟତ ମଧ୍ୟ ବହୁତ କଷ୍ଟ ଦାୟକ ହୋଇଥାଏ ।

– ଜ୍ୟୋତିଷ ଶାସ୍ତ୍ରରେ ସ୍ୱାମୀ-ସ୍ତ୍ରୀ ପୂର୍ଣ୍ଣିମା ଦିନ ମଧ୍ୟ ସ୍ୱାମୀ-ସ୍ତ୍ରୀ ପରସ୍ପର ସହ ସମ୍ପର୍କ ସ୍ଥାପନ କରିବା ଉଚିତ୍ ନୁହେଁ । କାରଣ ଏହି ଦିନ ନକରାତ୍ମକ ଶକ୍ତିମାନେ ସକ୍ରିୟ ରୁହନ୍ତି । ଫଳରେ ଏହା ବୌବାହିକ ସମ୍ପର୍କ ଉପରେ ପ୍ରଭାବ ପକାଇଥାଏ । ତେଣୁ ଏହି ଦିନ ସମ୍ପର୍କ ସ୍ଥାପନ କରିବା ଅନୁଚିତ୍ ।

– ଶାସ୍ତ୍ର ମତରେ ପ୍ରତ୍ୟେକ ମାସର ଚତୁର୍ଥି ଏବଂ ଏବଂ ଅଷ୍ଟମୀ ତିଥିରେ ମଧ୍ୟ ସ୍ୱାମୀ-ସ୍ତ୍ରୀ ସମ୍ପର୍କ ସ୍ଥାପନ ପାଇଁ ଭଲ ବିବେଚନା କରାଯାଏ ନାହିଁ । ତେଣୁ ଏହି ଦିନ ସ୍ୱାମୀ-ସ୍ତ୍ରୀ ପରସ୍ପର ମଧ୍ୟରେ ସମ୍ପର୍କ ସ୍ଥାପନ କଲେ ଏହା ସେମାନଙ୍କ ବୈବାହିକ ଜୀବନକୁ ଖରାପ କରିବା ସହ ପିଲା ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।

– ହିନ୍ଦୁ ଧର୍ମରେ ରବିବାରକୁ ଆଦ୍ୟବାର ବୋଲି କୁହାଯାଇଥାଏ । ଏହି ଦିନ ପ୍ରଭୁ ନାରାୟଣଙ୍କ ସମେତ ସୂର୍ଯ୍ୟ ଦେବତାଙ୍କୁ ମଧ୍ୟ ପୂଜା କରାଯାଏ । ତେଣୁ ଶାସ୍ତ୍ର ମତରେ ଏହି ଦିନ ସ୍ୱାମୀ –ସ୍ତ୍ରୀ ମଧ୍ୟରେ ସମ୍ପର୍କ ରଖିବାକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ । ଯଦି ରବିବାର କୌଣସି ସ୍ୱାମୀ-ସ୍ତ୍ରୀ ପରସ୍ପର ସହ ସମ୍ପର୍କ ରଖନ୍ତି ତେବେ ତାଙ୍କୁ ପରବର୍ତ୍ତି ସମୟରେ ଅସୁବିଧାର ସମ୍ମୁଖାନ ହେବାକୁ ପଡିପାରେ । ତେଣୁ ଏହି ଦିନ ସ୍ୱାମୀ-ସ୍ତ୍ରୀ ପରସ୍ପର ମଧ୍ୟରେ ସମ୍ପର୍କ ରଖିବା ଉଚିତ୍ ନୁହେଁ ।

–  ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରେ ପିତୃପକ୍ଷର ୧୫ ଦିନରେ କେବେବି ସମ୍ପର୍କ ସ୍ଥାପନ କରନ୍ତୁ ନାହିଁ । କାରଣ ଏପରି କରିବା ଦ୍ୱାରା ପିତୃପୁରୁଷମାନେ କ୍ରୋଧିତ ହୁଅନ୍ତି । ଯାହାର ପରିାଣ ସିବରୂପ ଆଗାମୀ ସମୟରେ ଆପମଙ୍କୁ ଭୋଗିବାକୁ ପଡିଥାଏ । ତେଣୁ ଏହି ସମୟରେ, ପତି ପତ୍ନୀ ପରସ୍ପର ସହ ସମ୍ପର୍କ ସ୍ଥାପନ କରିବାର ଚିନ୍ତା ମଧ୍ୟ ମନକୁ ଆଣିବା ନିଷେଧ ବୋଲି କୁହାଯାଇଛି ।

– ଶାସ୍ତ୍ରରେ ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର ଗ୍ରହଣ ଦିନକୁ ଅଶୁଭ ବୋଲି ବିବେଚନା କରାଯାଏ । ଏତିସହିତ ଏହି ଦିନ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ । ଏପରି କି ଏହାର ସପ୍ତାହେ ଯାଏଢ଼ କୌଣସି ବିବାହ କିମ୍ବା ବ୍ରତଘର ମଧ୍ୟ କରାଯାଏ ନାହିଁ । ଏତତ୍ ବ୍ୟତୀତ ସୂର୍ଯ୍ୟ ପରାଗ କିମ୍ବା ଚନ୍ଦ୍ର ଗ୍ରହମ ଦିନ ସ୍ୱାମୀ- ସ୍ତ୍ରୀ ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ଉଚିତ୍ ନୁହେଁ । କାରଣ ଏହି ଦିନ ସମ୍ପର୍କ ସ୍ଥାପନ କଲେ ଏଥିରୁ ଜନ୍ମ ହୋଇଥିବା ଶିଶୁକୁ ଅନେକ ପ୍ରକାରର ଯନ୍ତ୍ରଣା ଭୋଗିବାକୁ ପଡିଥାଏ ।

Get real time updates directly on you device, subscribe now.