fbpx

(Video) ବିଲ୍ ଗେଟସ୍ ବେଲୁଛନ୍ତି ଭାରତୀୟ ରୁଟି, ସାମ୍ନାକୁ ଆସିଲା ଦୃଶ୍ୟ

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଧନୀବ୍ୟକ୍ତି ତଥା ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ କିଏ ବା ନ ଜାଣେ । ବିଲ ନିଜର ଅନେକ ସମ୍ପତ୍ତି ସମାଜସେବା ପାଇଁ ଦାନ କରିଥାନ୍ତି । ତେବେ ନିକଟରେ ବିଲଙ୍କର ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ବିଲଙ୍କର ଭାରତ ପ୍ରେମ ବିଷୟରେ କାହାକୁ ଅଛପା ନାହିଁ । ମାତ୍ର ବିଲ ଭାରତୀୟ ସଂସ୍କୃତିକୁ କେତେମାତ୍ରାରେ ପସନ୍ଦ କରନ୍ତି ତାହା ଏହି ଭିଡିଓରେ ପ୍ରମାଣିତ ହୋଇଛି ।

ନିକଟରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଭିଡିଓରେ ବିଲ ରୁଟି ବେଲୁଥିବା ଦେଖାଯାଉଛି । ବିଲଙ୍କ ସହ ଅନ୍ୟ ଜଣେ ଯୁବକ ରହିଥିବ ବେଳେ ଦୁହେଁ ରୁଟି ଓ ଘିଅ ଖାଉଥିବା ଦେଖାଯାଉଛି । ଆମେରିକୀୟ ସେଲିବ୍ରେଟି ଶେଫ ଈଟନ ବରନାଥ ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓ ଶେୟାର କରିଛନ୍ତି । ନିକଟରେ ଈଟନ ଭାରତ ପରିଭ୍ରମଣ କରି ଆମେରିକା ଫେରିଛନ୍ତି ।

ଏନେଇ ଈଟନ ଗେଟସଙ୍କୁ କହିଛନ୍ତି, ‘ମୁଁ ଏବେ ଇଣ୍ଡିଆରୁ ଫେରିଛି । ସେଠାକାର ଗହମର କ୍ଷେତ ବୁଲିବାକୁ ଯାଇଥିଲି ଓ ରୁଟି କିପରି ପ୍ରସ୍ତୁତ ହୁଏ ସେଠାରୁ ମୁଁ ଶିଖି ଆସିଛି ।’ ଭାଇରଲ କ୍ଲିପରେ ଈଟନ ବିଲଙ୍କୁ ରୁଟି କିପରି ପ୍ରସ୍ତୁତ ହୁଏ ତାହା ଶିଖାଉଛନ୍ତି । ତେବେ ଭିଡିଓ ଶେୟାର କରିବା ଅବସରରେ ଈଟନ ଲେଖିଛନ୍ତି, ବିଲ ଓ ମୁଁ ଭାରତୀୟ ରୁଟି ପ୍ରସ୍ତୁତ କରି ଖୁବ୍ ମସ୍ତି କଲୁ । ମୁଁ ନିକଟରେ ଭାରତର ବିହାରରୁ ଫେରିଛି । ଏହି ଗସ୍ତ ଅବସରରେ ମୁଁ ସେଠାକାର କୃଷକଙ୍କ ସହିତ ମିଶିଥିଲି । ସେମାନେ ମୋତେ ରୁଟି ତିଆରି ଶିଖାଇଥିଲେ ।

Get real time updates directly on you device, subscribe now.