fbpx

MSME ମେଳାରେ ଉତ୍କଳ ଆଲୁମିନାର ପ୍ରୋଜେକ୍ଟ ‘ଉଦ୍ୟମୀ’ର ପ୍ରଥମ ସ୍ଥାନ ହାସଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାୟଗଡ଼ାଠାରେ ଚଳିତ ବର୍ଷ ମାର୍ଚ୍ଚ ମାସ ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଏମଏସଏମଇ ମେଳା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଅଂଶଗ୍ରହଣ କରିବା ସହିତ ନିଜର ସିଏସଆର ଓ ଦୀର୍ଘସ୍ଥାୟୀ ପ୍ରୟାସ ସମୂହକୁ ପ୍ରଦର୍ଶନ କରୁଥିବା ମୋଟ ୧୧ଟି ଷ୍ଟଲ ଖୋଲିଥିଲା । ସିଏସଆର ଷ୍ଟଲଗୁଡ଼ିକରେ ପ୍ରୋଜେକ୍ଟ ସକ୍ଷମ ଓ ପ୍ରୋଜେକ୍ଟ କୌଶଲ୍ୟାର ସଫଳତା ପ୍ରଦର୍ଶିତ ହୋଇଥିଲା । ଏଥିସହିତ ପ୍ରୋଜେକ୍ଟ ଉଦ୍ୟମୀ ଷ୍ଟଲଗୁଡ଼ିକରେ ଏହାର କ୍ଷେତ୍ରସ୍ତରରେ ଥିବା ୮ଟି ଉଦ୍ୟୋଗର ପ୍ରଦର୍ଶନ ସ୍ଥାନ ପାଇଥିଲା ।

ଏହି ଏମଏସଏମଇ ମେଳାରେ ପ୍ରଦର୍ଶିତ ହୋଇଥିବା ୧୦୦ଟି ଷ୍ଟଲ ମଧ୍ୟରୁ ଉତ୍କଳ ଆଳୁମିନାର ପ୍ରୋଜେକ୍ଟ ଉଦ୍ୟମୀ ପ୍ରଥମ ସ୍ଥାନ ହାସଲ କରିଥିଳା । ଏହି ପ୍ରକଳ୍ପ ଔଦ୍ୟୋଗିକତାର ବିକାଶ ଓ ‘ଆତ୍ମନିର୍ଭର ଭାରତ’ ଗଠନ ନିମନ୍ତେ ପ୍ରତିବଦ୍ଧ । ଏହି ପ୍ରକଳ୍ପ ରାୟଗଡ଼ା ଏବଂ କଳାହାଣ୍ଡିର ଆଦିବାସୀ ବହୁଳ ଆଭ୍ୟନ୍ତରୀଣ ଅଞ୍ଚଳରେ ଏକ ଔଦ୍ୟୋଗିକ ପରିବ୍ୟବସ୍ଥା ସୃଷ୍ଟି କରିବା ସହିତ ପ୍ରଥମ ପୀଢ଼ିର ଉଦ୍ୟୋଗୀ ସୃଷ୍ଟି କରୁଛି । ଉତ୍କଳ ଆଲୁମିନାର ଉଦ୍ୟୋଗୀମାନେ ଏହି ଉଦ୍ୟୋଗୀ ପ୍ରଦର୍ଶନୀ ୨୦୨୩ର ଅଂଶବିଶେଷ ହୋଇଥିବାରୁ ନିଜକୁ ଗର୍ବିତ ମନେକରୁଛନ୍ତି ।

ଏହି ଅବସରରେ ସେମାନେ ନିଜର ନିଜର ଦୀର୍ଘସ୍ଥାୟୀ ପ୍ରୟାସକୁ ପ୍ରଦର୍ଶିତ କରିପାରିଛନ୍ତି । ଉଦ୍ୟୋଗୀମାନେ ଜନସାଧାରଣଙ୍କୁ କିଭଳି ସଶକ୍ତି କରିପାରିବେ ଓ ଗୋଷ୍ଠୀର ଅଭିବୃଦ୍ଧି ଦିଗରେ ଅବଦାନ ରଖିପାରିବେ, ସେନେଇ ଏହି ପ୍ରକଳ୍ପ ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟର କ୍ୟାବିନେଟ ମନ୍ତ୍ରୀ ଜଗନ୍ନାଥ ସାରକା ଓ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ଷ୍ଟଲଗୁଡ଼ିକୁ ଉଦଘାଟନ କରିବା ସହିତ ବୁଲି ଦେଖିଥିଲେ ।

Get real time updates directly on you device, subscribe now.