fbpx

ପୋଲିସ ଜିଲ୍ଲା କାର୍ଯ୍ୟାଳୟ ଠାରେ ୮୬ତମ ପ୍ରତିଷ୍ଠା ଦିବସ ପାଳିତ ।

Advertisement

ମାଲକାନଗିରି , 1/4 :ଆଜି ଅପ୍ରେଲ ୧ ତାରିଖ ଅର୍ଥାତ ଉତ୍କଳ ଦିବସ । ୮୬ ତମ ଉତ୍କଳ ଦିବସ ପାଳନ କରୁଛି ଓଡିଶା। ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଓଡିଶା ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ଗଠନ ହୋଇଥିଲା। ଭାଷା ଭିତରେ ରାଜ୍ୟ ଗଠନ ହେବାରେ ଓଡିଶା ହେଉଛି ଭାରତରେ ପ୍ରଥମ ରାଜ୍ୟ। ମାଲକାନଗିରି ଜିଲ୍ଲା ପୋଲିସ ପକ୍ଷରୁ ୮୬ତମ ଉତ୍କଳ ଦିବସ ଜିଲ୍ଲା ପୋଲିସ ପ୍ୟାରେଡ଼ ପଡ଼ିଆ ଠାରେ ପାଳିତ ହୋଇଯାଇଛି। ପୋଲିସ ପକ୍ଷରୁ ତିନି ପ୍ଲାଟୁନ ପୋଲିସ ସୁନ୍ଦର ପ୍ୟାରେଡ଼ ପ୍ରଦର୍ଶନ କରିଥିଲେ। ଉତ୍କଳ ଦିବସ ଅବସରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରିଷୀକେଶ ଡି ଖିଲାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ୟାରେଡ଼ର ନିରୀକ୍ଷଣ କରିବା ସହ ଅଭିବାଦନ ଜଣାଇଥିଲେ। ଆରକ୍ଷୀ ଅଧୀକ୍ଷକ ଶ୍ରୀ ଖିଲାରୀ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ପ୍ରେରଣ କରିଥିବା ବାର୍ତ୍ତା ପଠନ କରିଥିଲେ । ଆଜିର ଏହି ୮୬ତମ ପୋଲିସ ପ୍ରତିଷ୍ଠା ଦିବସରେ ଅତିଥି ମାନଙ୍କ ମଧ୍ୟରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି, ଜିଲ୍ଲା ପରିଷଦ ଅଧକ୍ଷ ଦଶରଥ ପଡ଼ିଆମି,ମାଲକାନଗିରି ବନଖଣ୍ଡିୟ ଅଧିକାରୀ ପ୍ରଦୀପ ଦେବଦାସୀ ମିରାଜେ ଉପସ୍ଥିତ ରହି ପୋଲିସର ମନବଳ କୁ ଦୃଢ଼ କରିବାରେ ସାହାଯ୍ୟ କରିଥିଲେ। ଜିଲ୍ଲା ସଦର ମହକୁମା ସ୍ଥିତ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଏହି ପ୍ରତିଷ୍ଠା ଦିବସରେ ଉପସ୍ଥିତ ରହିଥିଲେ। ପୋଲିସ ପ୍ରଶାସନ ପକ୍ଷରୁ ଆରକ୍ଷୀ ଅଧୀକ୍ଷକ ବିଭିନ୍ନ ସ୍ତରରେ ଥିବା ଦଶ ଜଣ ଅଧିକାରୀ ଙ୍କୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କୃତ କରିଥିଲେ।

Get real time updates directly on you device, subscribe now.