ଚାକିରି ଦେଉଛନ୍ତି ଚୋର ଗ୍ୟାଙ୍ଗ୍, ଦରମା ସହ ମାଗଣା ଖାଇବା!

ଚୋରି କରିବାକୁ ମିଳୁଛି ଦରମା। TA ସହ ମାଗଣା ଖାଦ୍ୟ। ଏଭଳି ଗ୍ୟାଙ୍ଗ୍ ଦେଖି ପୋଲିସ ତାଟକା।

ଗୋରଖପୁର: ୟୁପିରେ ରହୁଥିବା ରହୁଥିବା ଝାଡ଼ଖଣ୍ଡର ଗ୍ୟାଙ୍ଗଷ୍ଟର ମନୋଜ ମଣ୍ଡଳ ମାସିକ ୧୫ ହଜାର ଟଙ୍କା ଦରମାରେ ଚୋରଙ୍କୁ ନିଯୁକ୍ତି ଦେଉଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ନାବାଳକ।

ମନୋଜ ସହ ତାହାର ଦୁଇ ସହଯୋଗୀଙ୍କୁ ଗୋରଖପୁରରୁ ଗିରଫ କରିଛି ୟୁପି ପୋଲିସ। ଏହି ଗ୍ୟାଙ୍ଗର ସଦସ୍ୟମାନେ ଷ୍ଟେସନ ଓ ଟ୍ରେନ୍ ସମେତ ବିଭିନ୍ନ ବଜାରରୁ ମୋବାଇଲ୍ ଫୋନ୍ ଚୋରୀ କରିଥାନ୍ତି।

ମୋବାଇଲକୁ ବେଶି ଟାର୍ଗେଟ୍: ଏଥିପାଇଁ ସେମାନେ ଗ୍ୟାଙ୍ଗଠାରୁ ମାସିକ ଦରମା ସହ ଦୈନିକ ଖାଦ୍ୟ ଖର୍ଚ୍ଚ ମଧ୍ୟ ପାଇଥାନ୍ତି। ଦୂରକୁ ଯାଇ ଚୋରିକଲେ ମିଳୁଥିଲା ଗସ୍ତ ଖର୍ଚ୍ଚ। ଚୋରିରେ ସଫଳତା ଆଧାରରେ ଦରମା ଓ ଟିଏ ବୃଦ୍ଧି ମଧ୍ୟ କରାଯାଇଥାଏ।

ଷ୍ଟେସନ ପରିସରରେ ଚଢ଼ାଉ ବେଳେ ୩ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯିବା ପରେ ଗୋରଖପୁର ସରକାରୀ ରେଳବାଇ ପୁଲିସକୁ ଏହି ସୂଚନା ମିଳିଥିଲା। ସେମାନଙ୍କ ଠାରୁ ପୁଲିସ ୪୪ଟି ମୋବାଇଲ, ଗୋଟିଏ ପିସ୍ତଲ, ଗୁଳି ଓ ୧୦ ଲକ୍ଷ ଟଙ୍କାର ଛୁରି ଜବତ କରିଛି।

ବିଦେଶ ପଠାଯାଏ ଚୋରି ମାଲ୍: ଏହି ଗ୍ୟାଙ୍ଗ ବିଭିନ୍ନ ସାର୍ବଜନୀନ ସ୍ଥାନରେ ଲୋକଙ୍କ ପକେଟରୁ ମୋବାଇଲ ଫୋନ୍ ଓ ବ୍ୟାଗ୍ ଚୋରି କରି ନେପାଳ ଓ ବାଂଲାଦେଶରେ ବିକ୍ରି କରନ୍ତି।

ଷ୍ଟେଷନ ନିକଟରେ ସନ୍ଦେହ ହେବାରୁ ଜିଆରପି ପୁଲିସ ସେମାନଙ୍କୁ ଅଟକ ରଖିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡସାହେବଗଞ୍ଜ ଜିଲ୍ଲା ତାଲଝରିର ମହରାପୁରର ମନୋଜ ମଣ୍ଡଳ ଓ ତିନ ପାହାଡ଼ ଗ୍ରାମର କରଣ କୁମାର ନୋନିଆ।

ଶୁକ୍ରବାର ତିନିଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ସେଠାରୁ ମନୋଜ ମଣ୍ଡଳ ଓ କରଣ କୁମାରଙ୍କୁ ଜେଲ୍ ପଠାଇବା ସହ ନାବାଳକକୁ ଜୁଭେନାଇଲ ହୋମକୁ ପଠାଇ ଦିଆଯାଇଛି।