fbpx

ରାଜ୍ୟର ୧୦୦୩ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦବୀ ଖାଲି

ଭୁବନେଶ୍ୱର,୨୩ ।୧୧(ଓଡିଶା ଭାସ୍କର): ରାଜ୍ୟର ୧୦୦୩ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦବୀ ଖାଲି ପଡିଛି । ୯୩୯ ବରିଷ୍ଠ SES ପ୍ରଧାନଶିକ୍ଷକ ପଦବୀ ଖାଲି ରହିଛି । ବାଲେଶ୍ୱରରେ ସର୍ବାଧିକ ୧୨୩ଟି ସ୍କୁଲରେ ପ୍ରଧାନଶିକ୍ଷକ ନାହାନ୍ତି ।

ଅନ୍ୟପଟେ କେନ୍ଦ୍ରାପଡାରେ ୯୯, ଭଦ୍ରକରେ ୮୨, କଟକରେ ୬୩, ଯାଜପୁରରେ ୭୩, କେନ୍ଦୁଝରରେ ୭୨ ସ୍କୁଲରେ ନାହାନ୍ତି ପ୍ରଧାନଶିକ୍ଷକ । ବେସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ୨୮୦ ପ୍ରଧାନଶିକ୍ଷକ ନାହାନ୍ତି । ଏନେଇ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

Get real time updates directly on you device, subscribe now.