fbpx

ଭାରତୀୟ ରିଜର୍ଭ ବ୍ୟାଙ୍କରେ ପ୍ରାର୍ଥୀ ଚୟନ ପାଇଁ ବିଜ୍ଞପ୍ତି: ୯୫୦ ପଦବୀ ପଡିଛି ଖାଲି

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କରେ କାର୍ଯ୍ୟ କରିବାକୁ ଇଚ୍ଚୁକ ଥିବା ବ୍ୟକ୍ତିମାନଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ଆସିଷ୍ଟାଣ୍ଟ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ଏଥିପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ RBIର ଅଫିସିଆଲ ୱେବସାଇଟ rbi.gov.in ମାଧ୍ୟମରେ ଆବେଦନ କରିପାରିବେ । ତେବେ ଏଥିପାଇଁ ଶେଷ ତାରିଖ ଆସନ୍ତା ମାର୍ଚ୍ଚ ୮ ତାରିଖକୁ ଧାର୍ଯ୍ୟ କରାଯାଇଛି ।

ଜଈଓର ଏହି ପଦଗୁଡିକ ପାଇଁ ମୋଟ ୯୫୦ ଜଣ ପ୍ରାର୍ଥୀଙ୍କୁ ଚୟନ କରାଯିବ । କୌଣସି ବିଷୟରେ ୫୦ ପ୍ରତିଶତ ସହ ସ୍ନାତକ ପାସ କରିଥିବା ପ୍ରାର୍ଥୀମାନେ ଏଥିପାଇଁ ଆବେଦନ କରିପାରିବେ । ଏହାସହିତ କିଛି ରାଜ୍ୟ ପାଇଁ ଭାଷାଗତ ଦକ୍ଷତା ସହିତ କମ୍ପ୍ୟୁଟର ଜ୍ଞାନ ମଧ୍ୟ ଆବଶ୍ୟକତା ରହିଛି । ତେବେ ପ୍ରାର୍ଥୀମାନଙ୍କ ବୟସସୀମା ୨୦ରୁ ୨୮ ବର୍ଷ ପର୍ଯ୍ୟନ୍ତ ହୋଇଥିବା ଆବଶ୍ୟକ । ଏହି ସମସ୍ତ ଆବଶ୍ୟକତା ପୂରଣ କରୁଥିବା ପ୍ରାର୍ଥୀମାନେ ଉପରୋକ୍ତ ୱେବସାଇଟ ମାଧ୍ୟମରେ ଆସିଷ୍ଟାଣ୍ଟ ପଦବୀ ପାଇଁ ଆବେଦନ କରି ପାରିବେ ।

Get real time updates directly on you device, subscribe now.