fbpx

ଏହି ୧୦ ରାଜ୍ୟରେ ପ୍ରବେଶ କରିବା ପାଇଁ ଟିକାକରଣ ସାର୍ଟିଫିକେଟ୍ ଜରୁରୀ, ଦେଖନ୍ତୁ ପୁରା ତାଲିକା

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ପିକ୍ ରେ ରହିଛି । ହେଲେ ଗତ କିଛି ମାସ ମଧ୍ୟରେ କରୋନା ସଂକ୍ରମଣ ଅନେକ ମାତ୍ରାରେ ହ୍ରାସ ହୋଇଥିବା ଦେଖିବାକୁ ମିଳିଛି । ହେଲେ କିଛି ରାଜ୍ୟ ଏପରି ରହିଛଇ ଯେଉଁଠାରେ ସଂକ୍ରମଣ କମିବାର ନାଁ ନେଉନି । ତେଣୁ ଏପରି ପରିସ୍ଥିତିରେ କଟକଣାକୁ ସେହି ସବୁ ରାଜ୍ୟରେ ଆଶିଂକ କଡ଼ା କରାଯାଇଛି । ହେଲେ ଲୋକମାନଙ୍କ ଜୀବନ ଜୀବିକାକୁ ଆଖି ଆଗରେ ରଖି ଦୋକାନ ବଜାରକୁ କରୋନା ଗାଇଡଲାଇନ୍ ମାନି ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ ଦେଶରେ କରୋନା ସଂକ୍ରମଣ କମିବାରେ ପରେ ଅନେକ ରାଜ୍ୟ ଅନଲକ୍ ପ୍ରକିୟା ଆରମ୍ଭ କରିଥିଲେ । ଏହି ପରିପ୍ରେକ୍ଷୀରେ ରେଳ, ବସ୍ ବିମାନ ଆଦି ଚଳାଚଳକୁ ଅନୁମତି ପ୍ରଦାନ କରିଥିଲେ । ତେଣୁ ଏହା ମାଧ୍ୟମରେ ଅନେକ ସଂଖ୍ୟାରେ ଲୋକ ଗୋଟିଏ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବାପାଇଁ ଲାଗିଛନ୍ତି ।

ତେଣୁ ଏଭଳି ସ୍ଥିତିରେ ଆପଣ ମାନେ ଜାଣିବା ଦରକାର ଯେ, କିଛି ରାଜ୍ୟ ଏପରି ରହିଛି ଯେଉଁଠାରେ ସଂକ୍ରମରରେ ରୋକ୍ ଲଗାଯାଇପାରିନାହିଁ । ଏହାକୁ ଦୃଷ୍ଟିରେ ରଖି ସେହିସବୁ ରାଜ୍ୟରେ ଏଣ୍ଟ୍ରି କରିବା ପାଇଁ କିଛି ନିୟମାବଳୀ ରହିଛି । ଯାହାକୁ ମାନିବା ପରେ ହିଁ ରାଜ୍ୟ ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବ । ଏହି ପରିପ୍ରେକ୍ଷୀରେ ଆପଣ ମାନେ ଜାଣିବା ଦରକାର ଯେ, ସେସବୁ କେଉଁ କେଉଁ ରାଜ୍ୟ ଯେଉଁଠାରେ କୋଭିଡ୍ ନିମୟ କଡ଼ାକଡ଼ି ରହିଛି । ସେହିପ ସବୁ ରାଜ୍ୟ ହେଉଛି; ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ତାମିଲନାଡ଼ୁ, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ-କଶ୍ମୀର, ଗୁଜୁରାଟ, ଛତିଶଗଡ଼ ଓ ରାଜସ୍ଥାନ । ଏହିସବୁ ରାଜ୍ୟକୁ ପ୍ରବେଶ କରିବା ପୂର୍ବରୁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଓ ଟିକାକରଣ ସାର୍ଟିଫିକେଟ୍ ନିହାତି ଭାବରେ ଜରୁରୀ ।

Get real time updates directly on you device, subscribe now.