fbpx

ଆସନ୍ତାକାଲି ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୫ା୧: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ ଟିକାକରଣ ଅଭିଯାନର ଶୁଭାରମ୍ଭ କରିବେ । ଏହି ଅବସରରେ କୋ-ୱିନ ଆପକୁ ମଧ୍ୟ ଲୋକାର୍ପିତ କରିବେ । ଟିକାକରଣ ଶୁଭାରମ୍ଭ କରିବା ପରେ ମୋଦି ଅନଲାଇନରେ କିଛି ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ଆଲୋଚନା କରିବେ ବୋଲି ସୂଚନା ମିଳିଛି ।

ଶନିବାର ଦିନ ଦେଶର ୩୦ ହଜାର କେନ୍ଦ୍ରରେ ଟିକାକରଣ ଅଭିଯାନ ଆରମ୍ଭ କରାଯିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ଦୈନିକ ଗୋଟିଏ ଓଳି ସବୁ କେନ୍ଦ୍ରରେ ଟିକା ଦିଆଯିବ । ପରବର୍ତ୍ତୀ ସମୟରେ ୫୦୦୦ରୁ ଅଧିକ ଟିକାଦାନ କେନ୍ଦ୍ର ଖୋଲାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.