fbpx

ଟିକାର ଅଭାବ! ରାଜ୍ୟର ୯୦୦ଟି କେନ୍ଦ୍ରରେ ଟିକାକରଣ ବନ୍ଦ

ଭୁବନେଶ୍ୱର,୧୧ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଥିବା ବେଳେ ଏହାର ମୁକାବିଲା ପାଇଁ ଟିକାକରଣ ସାଜିଛି ମାଧ୍ୟମ । ଏହାରି ମଧ୍ୟରେ ଟିକାକରଣକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ଟିକା ଅଭାବରୁ ରାଜ୍ୟର ୯୦୦ଟି କେନ୍ଦ୍ରରେ ଟିକାକରଣ ବନ୍ଦ ରହିଛି । ରାଜ୍ୟରେ ବର୍ତ୍ତମାନ ୭୮୯ଟି କେନ୍ଦ୍ରରେ ଟିକାକରଣ ହେଉଛି । ଟିକା ନଆସିଲେ କାଲି ଅଧିକାଂଶ ଜିଲ୍ଲାରେ ଷ୍ଟକ୍ ଆଉଟ୍ ହୋଇଯିବ । ଯେଉଁ ଜିଲ୍ଲାକୁ ଟିକା ଯାଇଛି ସେଠି ଜାରି ରହିବ, ଅନ୍ୟ ଜିଲ୍ଲା ଟିକାକରଣ ବନ୍ଦ ରହିବ । ସଂକ୍ରମଣ ବେଶି ଥିବା ଜିଲ୍ଲାକୁ ପ୍ରାଥମିକତା ଦିଆଯାଉଛି । ବିଶେଷ କରି ଖୋର୍ଦ୍ଧା, ସୁନ୍ଦରଗଡ, ବରଗଡ, ନୂଆପଡା ଓ କଟକକୁ ପ୍ରାଥମିକତା ଦିଆଯାଉଛି । ଶନିବାର ୧ ଲକ୍ଷ ୧୩ ହଜାର ୫୬୩ ଜଣଙ୍କୁ ଟିକା ଦିଆଯାଇଛି । ୨ ଲକ୍ଷ ୩୩ ହଜାର ୬୫୮ ଡୋଜ୍ କୋଭିସିଲ୍ଡ ଟିକା ବର୍ତ୍ତମାନ ସମୟରେ ମହଜୁଦ ଅଛି । ୭୭ ହଜାର ୯୬୦ ଡୋଜ୍ କୋଭାକ୍ସିନ ଟିକା ମହଜୁଦ ଅଛି । ରାଜ୍ୟରେ ମୋଟ ୩ ଲକ୍ଷ ୧୦ ହଜାର ଟିକା ରହିଛି । ସଚେତନତା ସୃଷ୍ଟି ସହ ଅଧିକ ଟିକାକରଣ କରିବା ଟିକା ଉତ୍ସବର ଉଦ୍ଦେଶ୍ୟ ରହିଛି ।’

Get real time updates directly on you device, subscribe now.