fbpx

(video)କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବାରାଣସୀରେ ଗଙ୍ଗା ଆରତୀ ଦେଖିବେ ବିଶ୍ୱର ୭୦ ଦେଶ, କରାଯାଇଛି ସ୍ୱତନ୍ତ୍ର ପ୍ରସ୍ତୁତି

ବାରାଣସୀ: କାଶୀରେ ଦୀପାବଳି ପରେ ଏବେ ଦେବଦୀପାବଳି ବେଶ୍ ଧୁମଧାମ୍‌ରେ ପାଳିତ ହେଉଛି । ଦେବଦୀପାବଳି ଦେଖିବାକୁ ଏବେ ସାରା ବିଶ୍ୱରୁ ଲୋକେ ଏଠାରେ ଠୁଳ ହେଉଛନ୍ତି । ଏହି କ୍ରମରେ ୭୦ରୁ ଅଧିକ ଦେଶର ରାଷ୍ଟ୍ରଦୂତ ଓ କୂଟନେତା ବାରାଣାସୀରେ ପହଞ୍ଚିଛନ୍ତି । ଏମାନେ ସମସ୍ତେ ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କାଶୀରେ ଗଙ୍ଗା ଆରତୀ ସହ ଦେବ ଦୀପାବଳି ଦେଖିବେ । ଏହି ଯାତ୍ରାର ଆୟୋଜନ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଛି ।

ପୂର୍ବରୁ ଭାରତର ଅଧ୍ୟକ୍ଷତାରେ ବାରାଣସୀରେ ବହୁ ଜି୨୦ ବୈଠକ ଆୟୋଜିତ ହୋଇଛି ଯେଉଁଥିରେ ଜି୨୦ ବିକାଶ ମନ୍ତ୍ରୀଙ୍କ ବୈଠକ ଓ ଜି ୨୦ ସଂସ୍କୃତି ମନ୍ତ୍ରୀଙ୍କ ବୈଠକ ରହିଛି । ଆଜି ୨୧ ଲକ୍ଷ ଦୀପରେ ଆଲୋକମୟ ହୋଇଉଠିବ ପବିତ୍ର କାଶୀ ସହର । ଏହି ଦୀପ ମଧ୍ୟରୁ ଏକ ଲକ୍ଷ ଦୀପ ଗାଈ ଗୋବରରୁ ପ୍ରସ୍ତୁତ । ଏବେ ତ୍ରିରଙ୍ଗା ସ୍ପାଇରାଲ୍ ଲାଇଟିଂରେ ସହର ଓ ଘାଟକୁ ସଜାଇ ଦିଆଯାଇଛି । ଏହି କ୍ରମରେ ୮ରୁ ୧୦ ଲକ୍ଷ ପର୍ଯ୍ୟଟକଙ୍କ ସମାଗମ ଘଟିବ ।

ଏଥର ଦେବ ଦୀପାବଳି ଦେଖିବାକୁ ବିଶ୍ୱର ୭୦ ଦେଶର ରାଷ୍ଟ୍ରଦୂତ, ପ୍ରତିନିଧି ସେମାନଙ୍କ ପରିବାର ସଦସ୍ୟଙ୍କ ସହ ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଏଥର ଏହି ବିଶିଷ୍ଟ ଅତିଥିମାନେ ଦେବ ଦୀପାବଳିର ଆନନ୍ଦ ଉଠାଇବେ ।

Get real time updates directly on you device, subscribe now.