fbpx

ଡିସିପି ଦେଲେ ସୂଚନା, ବର୍ଷାଙ୍କ ଅଭିଯୋଗର ସତ୍ୟତା ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ

Advertisement

କଟକ: ଓଲିଉଡ୍ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଗତକାଲି ଅଭିନେତ୍ରୀ ବର୍ଷା ପୁରୀଘାଟ ଥାନାରେ ଲିଖିତ ଏତଲା ଦେଇଥିଲେ । ଆଜି ଏହି ଏତଲା ଉପରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପିନାକ ମିଶ୍ର ।

ଘଟଣା ବିଷୟରେ ଡିସିପି କହିଛନ୍ତି ଏତଲାରେ ଥିବା ଲିଖିତ ଅଭିଯୋଗ ଗୁଡ଼ିକର ତର୍ଜମା କରାଯାଉଛି । ପୁର୍ବରୁ ଏହି ପ୍ରକାର ସମାନ ଅଭିଯୋଗ ରହିଛି କି ନାହିଁ ସେ ବିଷୟରେ ଅନୁଧ୍ୟାନ କରାଯିବ । ପୁର୍ବରୁ ବର୍ଷା କରିଥିବା ଅଭିଯୋଗକୁ ନେଇ ତଦନ୍ତ ଚାଲିଛି । ତେବେ ବର୍ଷା କରିଥିବା ଲିଖିତ ଅଭିଯୋଗରେ ସତ୍ୟତା ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ବର୍ଷା ଏକ ଲିଖିତ ଅଭିଯୋଗ କରିଥିଲେ ଯେ, ଅନୁଭବ ବାରମ୍ବାର ଭିଡିଓ ଅପଲୋଡ କରି ଅଯଥା ବିବାଦ ସୃଷ୍ଟି କରୁଛନ୍ତି । ଗତ ଦୁଇଦିନ ମଧ୍ୟରେ ଅନୁଭବ ଦୁଇଟି ଭିଡିଓ ପୋଷ୍ଟ କରୁି ନିଜର ମନ କଥା କହି ଦୁହିଁଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ବିବାଦକୁ ପୁଣି ଥରେ ଚର୍ଚ୍ଚାକୁ ଆଣିଥିଲେ ।

ବର୍ତ୍ତମାନ ତାଙ୍କର ଏହି ଭିଡିଓକୁ ନେଇ ଏତକା ଦାୟର କରିଛନ୍ତି ବର୍ଷା । ସେ ଅଭିଯୋଗ କରିଛନ୍ତି ଯେ, ମନଗଢ଼ା କାହାଣୀ କହି ମୋତେ ଅକ୍ଷେପ କରୁଛନ୍ତି ଅନୁଭବ । ମିଥ୍ୟା ଅଭିଯୋଗ କରି ମୋ ନାରୀତ୍ୱକୁ ସେ ଅପମାନିତ କରିଛନ୍ତି । ବିବାହ ପରେ ଶାରୀରିକ ସମ୍ପର୍କ ବିଷୟରେ ମିଛ କହି ମୋ ଚରିତ୍ର ସଂହାର କରୁଛନ୍ତି । ଏହିଭଳି ଅଭିନୟ କରି ମୋତେ କଳଙ୍କିତ କରି ପ୍ରତିଶୋଧ ନେଉଛନ୍ତି ବୋଲି ବର୍ଷା ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି । ମାମଲା କୋର୍ଟରେ ବିଚାର ଥିବା ବେଳେ ଅନୁଭବ ଭିଡିଓ କରି ଭାଇରାଲ କରୁଛନ୍ତି । ମୋ ବିରୁଦ୍ଧରେ ଅରୁଚିକର ମନ୍ତବ୍ୟ ଦେଇ ସମସ୍ତଙ୍କ ଧ୍ୟାନ ଆକର୍ଶଣ କରିବାକୁ ଚାହୁଁଛନ୍ତି ବୋଲି ବର୍ଷା ଅଭିଯୋଗ କରିଥିଲେ ।

 

 

Get real time updates directly on you device, subscribe now.