fbpx

ଅଯଥା ଖର୍ଚ୍ଚକୁ ନେଇ ଚିନ୍ତିତ କି? ତେବେ ଘରର ଏହି ଦିଗରେ ରଖନ୍ତୁ ଟଙ୍କାବାକ୍ସ

ନୂଆଦିଲ୍ଲୀ: କିଛି ଲୋକ କଠିନ ପରିଶ୍ରମ କରି ଟଙ୍କା କମାଇଥାନ୍ତି, କିନ୍ତୁ ଅଯଥା ଖର୍ଚ୍ଚ ଯୋଗୁଁ ପାଖରେ କିଛି ରଖିନଥାଏ । ଟଙ୍କା ଆସିିବା ମାତ୍ରେ ତାହା ଖର୍ଚ୍ଚ ହୋଇଯାଏ । ଅବଶ୍ୟ ମହଙ୍ଗା ଯୁଗରେ ଏହା ହେବା ସାଧାରଣ କଥା, କିନ୍ତୁ ଯେତେବେଳେ ଅନେକ ଚେଷ୍ଟା ପରେ ମଧ୍ୟ ଟଙ୍କା ଅତ୍ୟଧିକ ଖର୍ଚ୍ଚ ହେବାକୁ ଲାଗେ, ତେବେ ପରିସ୍ଥିତି ଚିନ୍ତାଜନକ ହୋଇଯାଏ । ଯଦିଓ ଏହାର ଅନେକ କାରଣ ଥାଇପାରେ, କିନ୍ତୁ ସେଥିମଧ୍ୟରୁ ଗୋଟିଏ ବାସ୍ତୁ ଦୋଷ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଘରେ କିଭଳି ପ୍ରକାରରେ ଟଙ୍କା ରଖିଲେ, ତାହା ଅଯଥା ଖର୍ଚ୍ଚ ହେବ ନାହିଁ…

ବାସ୍ତୁ ଶାସ୍ତ୍ର ଅନୁସାରେ, ଘରେ ସଠିକ୍ ସ୍ଥାନରେ ଟଙ୍କା ନରଖିଲେ ଆୟଠାରୁ ଅଧିକ ଖର୍ଚ୍ଚ ହୋଇଥାଏ । ବାସ୍ତୁର ଅଧିକ ମହତ୍ତ୍ୱ ରହିଛି । ଏଭଳି ପରିସ୍ଥିତିରେ ଅବହେଳା କରିବାକୁ ଟଙ୍କା ସହ ଜଡ଼ିତ ସମସ୍ୟା ସୃଷ୍ଟି ହୋଇପାରେ । ଏଥିପାଇଁ ବାସ୍ତୁର ନିୟମ ପାଳନ କରିବା ଉଚିତ୍ ।

ଘରର କେଉଁ ସ୍ଥାନରେ ରଖିବେ ଟଙ୍କା ବାକ୍ସ?

ବାସ୍ତୁ ଶାସ୍ତ୍ର ଅନୁସାରେ, ପୂର୍ବ ଓ ଉତ୍ତର ଦିଗ ସହିତ ଦେବତାଙ୍କ ସମ୍ବନ୍ଧ ରହିଛି । ଏହି ଦିଗରେ ଦେବତାମାନେ ରୁହନ୍ତି । ଏଭଳି ପରିସ୍ଥିତିରେ ପୂର୍ବ ଦିଗରେ ଟଙ୍କା ବାକ୍ସ ରଖିବା ଶୁଭ ହୋଇଥାଏ । ଯଦି ଆପଣ ଚାହାଁନ୍ତି, ତେବେ ଉତ୍ତର ଦିଗରେ ବି ଟଙ୍କା ବାକ୍ସ ରଖିପାରିବେ । ଏପରି କରିବା ଦ୍ୱାରା ଧନ ବୃଦ୍ଧି ହେବା ସହିତ ଅଯଥା ଖର୍ଚ୍ଚ ଉପରେ ଅଙ୍କୁଶ ଲାଗିଯିବ ।

ବାସ୍ତୁ ଶାସ୍ତ ଅନୁସାରେ, ଘରରର ଦକ୍ଷିଣ ଦିଗରେ ଟଙ୍କାବାକ୍ସ ରଖିବା ଉଚିତ୍ ନୁହେଁ । ଏପରି କରିବା ଦ୍ୱାରା ଧନ ହ୍ରାସ ହୋଇଥାଏ ଓ ଧନରେ ବୃଦ୍ଧି ହୋଇନଥାଏ । ଏପରି ପରିସ୍ଥିତିରେ ଦକ୍ଷିଣ ଦିଗରେ ଟଙ୍କା ବାକ୍ସ ରଖିବା ଉଚିତ୍ ନୁହେଁ । ଏଥିପାଇଁ ପୂର୍ବ ଓ ଉତ୍ତର ଦିଗର ବ୍ୟବହାର କରିବା ଉଚିତ୍ । ଅନ୍ୟପଟେ ପଶ୍ଚିମ ଦିଗରେ ଭୁଲରେ ବି ଟଙ୍କାବାକ୍ସ ରଖନ୍ତୁ ନାହିଁ । କାରଣ ଏହା ଦ୍ୱାରା ଆର୍ଥିକ କ୍ଷତି ହୋଇଥାଏ ଓ ଅଯଥା ଖର୍ଚ୍ଚ ବି ବଢ଼ିଥାଏ ।

Get real time updates directly on you device, subscribe now.