fbpx

Vastu Tips: ଭୁଲରେ ବି ଏହି ସ୍ଥାନରେ ରଖନ୍ତୁ ନାହିଁ ଚାବି, ରୁଷ୍ଟ ହୋଇଥାନ୍ତି ମାତା ଲକ୍ଷ୍ମୀ

Advertisement

ଓଡ଼ିଶା ଭାସ୍କର: ବାସ୍ତୁଶାସ୍ତ୍ର ଅନୁଯାୟୀ ଚାବି ରଖିବା ସ୍ଥାନ ବିଶେଷ ଅଟେ । ଚାବି ରଖିବା ପାଇଁ ମଧ୍ୟ କିଛି ନିୟମ ରହିଛି । ଭୁଲ ଦିଗରେ ଚାବି ରଖିବା ଦ୍ୱାରା ଘରେ ନକାରାତ୍ମକ ଉର୍ଜ୍ଜା ଉତ୍ପନ୍ନ ହୋଇଥାଏ । ଏହା ଘରେ ବାସ୍ତୁ ଦୋଷର କାରଣ ପାଲଟିଥାଏ । ଜୀବନରୁ ସୁଖ, ଶାନ୍ତି ଓ ସମୃଦ୍ଧି ହ୍ରାସ ହୋଇଥାଏ । ଆର୍ଥିକ ସମସ୍ୟା ସହ ଅନେକ ଅଶୁଭ ପରିଣାମ ମଧ୍ୟ ଦେଖାଦେଇଥାଏ । ଅପରପକ୍ଷରେ ଠିକ୍ ଦିଗରେ ଚାବି ରଖିବା ଦ୍ୱାରା ସକାରାତ୍ମକ ଉର୍ଜ୍ଜା ଉତ୍ପନ୍ନ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ସ୍ଥାନରେ ଚାବି ରଖିବା ଉଚିତ ନୁହେଁ ।

୧. ଡ୍ରଇଙ୍ଗ୍ ରୁମରେ ଚାବି ରଖନ୍ତୁ ନାହିଁ ଏହା ଦ୍ୱାରା ବାହାର ଲୋକଙ୍କ ନଜର ଲାଗିଥାଏ । ଏହା ବ୍ୟତୀତ ପରିବାର ସଦସ୍ୟଙ୍କ ପ୍ରଗତିରେ ବାଧା ସୃଷ୍ଟି ହୋଇଥାଏ ।

୨. ପୂଜା ଘରେ ଚାବି ରଖିବା ଦ୍ୱାରା ନକାରାତ୍ମକ ଉର୍ଜ୍ଜା ସୃଷ୍ଟି ହୋଇଥାଏ ।

୩. ରୋଷେଇ ଘରେ ଚାବି ରଖିବା ଅଶୁଭ ହୋଇଥାଏ । କାରଣ ଚାବି ବାରମ୍ବାର ଘର ବାହାର ହୋଇଥାଏ ଏବଂ ଅନେକ ଲୋକଙ୍କ ସଂସ୍ପର୍ଷରେ ଆସିଥାଏ । ରୋଷେଇ ଘର ଭଳି ପବିତ୍ର ସ୍ଥାନରେ ଏହାକୁ ରଖିବା ଅନୁଚିତ ।

ଧ୍ୟାନ ଦିଅନ୍ତୁ: ଘରେ କେବେ ପୁରୁଣା କିମ୍ପା ଜଙ୍କ୍ ଲଗା ଚାବି ରଖନ୍ତୁ ନାହିଁ । ଏହା ବ୍ୟତୀତ ଯେଉଁ ଚାବି ବ୍ୟବହାର ହେଉ ନାହିଁ ତାକୁ ତାଲାରେ ଲଗାଇ ରଖନ୍ତୁ ନାହିଁ । ଏପରି କଲେ ଆର୍ଥିକ ସଂକଟ ଦେଖାଦେଇଥାଏ । ଚାବି ଧାତୁରେ ନିର୍ମିତ ହୋଇଥାଏ ତେଣୁ ସବୁବେଳେ ପଶ୍ଚିମ କିମ୍ବା ଉତ୍ତର ପଶ୍ଚିମ କୋଣରେ ରଖନ୍ତୁ । ଧାତୁ ଚାବିର ଉଜ୍ଜା ସନ୍ତୁଳିତ ରଖିବା ପାଇଁ ସବୁବେଳେ କାଠର key holderରେ କିମ୍ବା standରେ ରଖନ୍ତୁ । କେବେ ବି ଠାକୁରଙ୍କ ଫଟୋ ଥିବା କି ରିଙ୍ଗ୍ ବ୍ୟବହାର କରନ୍ତୁ ନାହିଁ ।

 

Get real time updates directly on you device, subscribe now.