fbpx

ଭଙ୍ଗା ପାନିଆରେ ମୁଣ୍ଡ କୁଣ୍ଡାଉଛନ୍ତି କି? ସାବଧାନ! ଏପରି କରିବା ଦ୍ୱାରା ସୃଷ୍ଟି ହୋଇଥାଏ ବାସ୍ତୁଦୋଷ

ଓଡ଼ିଶା ଭାସ୍କର: ବାସ୍ତୁର ଚମତ୍କାରିତା ଲାଭ ବିଷୟରେ ତ ପ୍ରାୟ ସମସ୍ତେ ଜାଣିଥା’ନ୍ତି । ନୂଆ ଘର ବା ଅଫିସରେ ସୁଖ, ଶାନ୍ତି ଓ ଲାଭ ପାଇଁ ଲୋକମାନେ ସବୁ କାମ ବାସ୍ତୁ ହିସାବରେ କରିଥାନ୍ତି । କାରଣ ବାସ୍ତୁ ପଛରେ ଥିବା ବୈଜ୍ଞାନିକ ପ୍ରଭାବକୁ ଆଜି ଯାଏଁ ଲୋକମାନେ ବୁଝିପାରିନାହାନ୍ତି । ଏଣୁ ଅନେକ ଲୋକେ ଏହି ବାସ୍ତୁଶାସ୍ତ୍ର ଉପରେ ଏବେ ବି ଅତୁଟ ବିଶ୍ୱାସ ରଖିଛନ୍ତି । ଯେକୌଣସି ଶୁଭ କାମ ଆରମ୍ଭ କରିବା ଆଗରୁ ସେମାନେ ବାସ୍ତୁ ପରୀକ୍ଷା ଓ ପ୍ରତିକାର କରିଥାନ୍ତି । ଆଉ ଅନ୍ୟପକ୍ଷେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଆଦୌ ବାସ୍ତୁଶାସ୍ତ୍ରକୁ ବିଶ୍ୱାସ କରନ୍ତି । ଯାହା ଦ୍ୱାରା ସେମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ବୋଲି କୁହାଯାଏ। ତେବେ ଆସନ୍ତୁ ଜାଣିବା ସାଧାରଣତଃ କେଉଁ ସବୁ ଭୁଲ ଯୋଗୁଁ ବାସ୍ତୁ ସମସ୍ୟା ଦେଖାଦେଇଥାଏ। ଯଦି ଏପରି ଆପଣ କରୁଥାନ୍ତି ତେବେ ଏହାକୁ ଏଡ଼ାଇବାକୁ ଚେଷ୍ଟା କରନ୍ତୁ ।

  • ଯେଉଁ ପାନିଆ ସାମାନ୍ୟ ମଧ୍ୟ ଭାଙ୍ଗିଯାଇଛି, ସେଥିରେ କେଶ କୁଣ୍ଡାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ବାସ୍ତୁଦୋଷ ସୃଷ୍ଟି ହୋଇଥାଏ।
  • ଗୃହର ଆଲମିରା ନିକଟରେ ଝାଡ଼ୁ ରଖନ୍ତୁ ନାହିଁ।
  • ଆଲମିରା ଅଳ୍ପ ଭାଙ୍ଗି ଥିଲେ ମଧ୍ୟ ଏହାକୁ ବ୍ୟବହାର କରନ୍ତୁ ନାହିଁ। ଏଥିରେ ଟଙ୍କାପଇସା ରଖିବା ଦ୍ୱାରା ଆର୍ଥିକ ସମସ୍ୟା ଲାଗି ରହିଥାଏ।
  • ଯେଉଁ ଗୃହରେ ନାରୀଙ୍କୁ ସମ୍ମାନ ମିଳେ ନାହିଁ, ସେଠାରେ ମା’ଲକ୍ଷ୍ମୀ ବାସ କରନ୍ତି ନାହିଁ। ତେଣୁ ଘରର ନାରୀଙ୍କୁ ସର୍ବଦା ସମ୍ମାନ ଦିଅନ୍ତୁ।
  • ଗାଧୁଆ ଘରର ଦରଜାକୁ ଖୋଲା କରି ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ବିନା କାରଣରେ ଟଙ୍କାପଇସା ଖର୍ଚ୍ଚ ଲାଗି ରହିଥାଏ।
  • ରୋଷେଇ ଘରେ କୌଣସି ପ୍ରକାରର ଔଷଧ ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ରହିନଥାଏ।
  • ସୋଫା ଆଦି ଘରର ସାଜସଜ୍ଜା ଦ୍ରବ୍ୟ ଭାଙ୍ଗି ଥିଲେ, ଏହାକୁ ମଧ୍ୟ ଘରେ ରଖନ୍ତୁ ନାହିଁ।
  • ତୁଳସୀବୃକ୍ଷ ନିକଟରେ ଘିଅ ଦୀପ ପ୍ରତିଦିନ ଲଗାନ୍ତୁ।
  • ଶୋଇବା କକ୍ଷରେ ଝାଡ଼ୁ, ବାସନକୁସନ ରଖନ୍ତୁ ନାହିଁ।
  • ଭୋଜନର ପ୍ରଥମ ଭାଗ ଭଗବାନ ଓ ଗାଈଙ୍କୁ ସମର୍ପଣ କରି ଖାଆନ୍ତୁ।

Get real time updates directly on you device, subscribe now.