fbpx
BJD SKY
BJD SKY

ଶୋଇବା ସମୟରେ ତକିଆ ତଳେ ରଖନ୍ତୁ ୧ଟଙ୍କା, ବଦଳିଯିବ ଭାଗ୍ୟ

BJD

ଜୀବନରେ ଅନେକ ସମୟରେ ଆମେ ଆର୍ଥିକ ସଂକଟ ଦେଇ ଗତି କରିଥାଉ । ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ସଞ୍ଚୟ କରିବା ସତ୍ତ୍ୱେ ମଧ୍ୟ ହାତ ଖାଲି ରହିଯାଏ । ଏଭଳି ସ୍ଥିତିରେ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେବେ ବାସ୍ତୁ ଶାସ୍ତ୍ରରେ ଏମିତି କିଛି ଉପାୟ ବିଷୟରେ ବର୍ଣ୍ଣନା ରହିଛି ଯାହା ଦ୍ୱାରା ଜୀବନରେ ଆର୍ଥିକ ସଂକଟ ଦୂରେଇଯାଏ । ସେହିଭଳି ଏକ ଉପାୟ ରହିଛି ଯାହାକୁ ରାତିରେ ଶୋଇବା ସମୟରେ କରିବା ଉଚିତ । ବାସ୍ତୁ ଅନୁଯାୟୀ ଶୋଇବା ସମୟରେ ଏହି ଉପାୟ କରିବା ଦ୍ୱାରା ଜୀବନରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ । ରାତିରେ ଶୋଇବା ସମୟରେ ତକିଆ ତଳେ ୧ ଟଙ୍କା ରଖି ଶୁଅନ୍ତୁ । ଏହି ଉପାୟ ନିୟମିତ ଭାବରେ କରିଲେ କ’ଣ ଲାଭ ହୋଇଥାଏ ଆସନ୍ତୁ ଜାଣିବା:

-ରାତିରେ ଶୋଇବା ସମୟରେ ତକିଆ ତଳେ ୧ ଟଙ୍କା ରଖି ଶୁଅନ୍ତୁ । ସକାଳରେ ଏହି ୧ ଟଙ୍କାକୁ କୌଣସି ଗରିବ ବ୍ୟକ୍ତିକୁ ଦାନ କରନ୍ତୁ । ଏପରି ନିୟମିତ କରିଲେ ଜୀବନରେ ଆର୍ଥିକ ସଙ୍କଟ ଦେଖା ଦେଇନଥାଏ ।

– କ୍ୟାରିୟର ପାଇଁ ଏହି ଉପାୟ ଫଳପ୍ରଦ ହୋଇଥାଏ । ଏହି ଉପାୟ ନିୟମିତ କରିବା ଦ୍ୱାରା ରୋଜଗାରର ନୂତନ ମାର୍ଗ ଖୋଲିବା ସହ ଜୀବନରେ ସଫଳତା ମିଳିଥାଏ ।

– ବାସ୍ତୁ ଅନୁଯାୟୀ ୧ ଟଙ୍କା ତକିଆ ତଳେ ରଖିବା ଦ୍ୱାରା ନକାରାତ୍ମକ ଶକ୍ତି ଦୂରେଇଥାଏ । ଫଳରେ ଜୀବନରେ ସକାରାତ୍ମକତା ଆସିଥାଏ ଓ ପ୍ରଗତିର ନୂତନ ପଥ ଖୋଲିଥାଏ ।

ତେବେ ଏହି ସବୁ ଉପାୟ ସହ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ମଧ୍ୟ କରନ୍ତୁ । ସୋରିଷ ତେଲର ମାଟି ଦୀପ ଜାଳନ୍ତୁ । ଏହି ପ୍ରକ୍ରିୟା ସମୟରେ ହାତରେ ୧ ଟଙ୍କା ରଖନ୍ତୁ । ଏହା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହେବା ସହ ଜୀବନରେ ତାଙ୍କ କୃପା ଲାଭ ହୋଇଥାଏ ।

Get real time updates directly on you device, subscribe now.