fbpx

ହଷ୍ଟେଲରେ ବମ୍‌ ତିଆରି ବେଳେ ହଠାତ୍‌ ବିସ୍ଫୋରଣ, ଛାତ୍ର ଗୁରୁତର

ଓଡ଼ିଶା ଭାସ୍କର: ହଷ୍ଟେଲରେ ପିଜି ଛାତ୍ରଙ୍କ ଅଜବ କାରନାମା। ପାଠ ପଢ଼ିବା ବଦଳରେ ବମ୍‌ ତିଆରି କରୁଥିଲେ ଛାତ୍ର। ଭିଡ଼ୁ ଭିଡ଼ୁ ଅଚାନକ ଫୁଟିଲା ବମ୍, ଛାତ୍ର ଗୁରୁତର। ସୂଚନା ଅନୁସାରେ ତାଙ୍କ ଡାହାଣ ହାତ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଛି। ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ପ୍ରୟାଗରାଜସ୍ଥିତ ଆହ୍ଲାବାଦ ୟୁନିଭରସିଟିରେ ଘଟିଛି। ଗୁରୁତର ଛାତ୍ରଜଣକ ପ୍ରଭାତ ଯାଦବ ବୋଲି ଜଣାଯାଇଛି। ଆହ୍ଲାବାଦ ୟୁନିଭରସିଟିରେ ପିଜି କରୁଥିଲେ ପ୍ରଭାତ। କ୍ୟାମ୍ପସ୍ ମଧ୍ୟରେ ଥିବା ପିସି ବାନାର୍ଜୀ ହଷ୍ଟେଲରେ ରହୁଥିଲେ ପ୍ରଭାତ। ବୁଧବାର ସନ୍ଧ୍ୟାରେ ନିଜ ରୁମ୍‌ରେ ଏକୁଟିଆ ଥିବା ପ୍ରଭାତ ବମ୍‌ ତିଆରିରେ ଲାଗି ପଡ଼ିଥିଲେ। ମାତ୍ର ହଠାତ୍‌ ତାହା ବିସ୍ଫୋରଣ ହୋଇଥିଲା।

ଏଥିଯୋଗୁ ତାଙ୍କ ଡାହାଣ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ବିସ୍ଫୋରଣରେ ଅନ୍ୟ ଜଣେ ଛାତ୍ର ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି। ପୁଲିସ୍‌ ସୂଚନା ପାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ ପ୍ରଭାତ ଯାଦବଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ତେବେ ପ୍ରଭାତ କିପରି ବୋମା ତିଆରି ସାମଗ୍ରୀ ହଷ୍ଟେଲରେ ରଖିଥିଲେ, କିପରି ଏ ନେଇ ହଷ୍ଟେଲ କର୍ତ୍ତୃପକ୍ଷ ପୂର୍ବରୁ ଜାଣି ପାରିଲେନି ସେ ନେଇ ଅଧିକ ତନାଘନା କରୁଛି ପୋଲିସ୍।

Get real time updates directly on you device, subscribe now.