fbpx

ଏକ ବିରଳ ଓ ଭୟଙ୍କର ଘଟଣା: ଛିଙ୍କକୁ ରୋକିବାରୁ ଯୁବକଙ୍କର ଶ୍ୱାସନଳୀ ଫାଟିଗଲା ଓ ଛିଦ୍ର ସୃଷ୍ଟି ହେଲା

ନୂଆଦିଲ୍ଲୀ: ବର୍ତ୍ତମାନ ଥଣ୍ଡା ସିଜିନ ଚାଲିଥିବା ଅଧିକାଂଶ ଲୋକଙ୍କ ଠାରେ ଥଣ୍ଡା, କାଶ, କଫ ଓ ଛିଙ୍କ ଆଦି ବିଭିନ୍ନ ପ୍ରକାରର ରୋଗ ଦେଖିବାକୁ ମିଳୁଛି । ତେବେ ଅଧିକାଂଶ ଲୋକ ଛିଙ୍କକୁ ଏକ ସାଧାରଣ ପ୍ରକ୍ରିୟା ଭାବେ ଧରିନେଇଥାନ୍ତି । ଛିଙ୍କିବା ଆପଣଙ୍କ ପାଇଁ ବଡ଼ ବିପଜ୍ଜନକ ହୋଇପାରେ । ଆସୁଥିବା ଛିଙ୍କକୁ ରୋକିବାକୁ ପ୍ରୟାସ କଲେ ଆପଣମାନେ ବଡ଼ ବିପଦର ସାମ୍ନା କରିପାରନ୍ତି । ଏନେଇ କାନ, ନାକ ଓ ଗଳା (ଇଏନଟି) ଡାକ୍ତର ମଧ୍ୟ ପୂର୍ବରୁ ଚେତାବନୀ ଦେଇସାରିଛନ୍ତି ।

ତେବେ ଛିଙ୍କୁ ନେଇ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି । ୨୦୧୮ ମସିହାରେ ବ୍ରିଟେନରେ ଘଟିଥିବା ଏକ ବିରଳ ଘଟଣାର ରିପୋର୍ଟ ନିକଟରେ ପ୍ରକାଶିତ ହୋଇଛି । ଛିଙ୍କ ରୋକିବା କାରଣରୁ ଜଣେ ୩୪ ବର୍ଷୀୟ ଯୁବକଙ୍କର ଶ୍ୱାସ ନଳୀ ଫାଟିଯାଇଥିଲା । ଯୁବକଙ୍କର ମୁହଁ ଭିତରେ କେତେ ଅଧିକ ଚାପ ରହିଥିଲା ତାହା ଏଥିରୁ ସ୍ପଷ୍ଟ ଅନୁମେୟ । ଏହି ଘଟଣାରେ ଯୁବକଙ୍କର ଶ୍ୱାସନଳୀରେ ୦.୦୮ ଇଞ୍ଚର ଏକ କଣା ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ଯୁବକ ଜଣଙ୍କ ଗଭୀର ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ଏହାପରେ ଡାକ୍ତର ଯାଞ୍ଚ କରିଥିଲେ ଓ ଯୁବକଙ୍କର ଶ୍ୱାସକ୍ରିୟା କରିବାରେ, ଖାଇବାରେ କୌଣସି ସମସ୍ୟା ହୋଇନଥିଲା । ୫ ସପ୍ତାହ ଧରି ଚିକିତ୍ସିତ ହେବା ପରେ ଯୁବକ ଜଣଙ୍କ ସୁସ୍ଥ ଲାଭ କରିଥିଲେ ।

ଅଚାନକ ଛିଙ୍କ ଆସିବା ନେଇ ଅନୁଭବ ହେବା ପରେ ଯୁବକ ଜଣଙ୍କ ତାହାକୁ ରୋକିବା ପାଇଁ ନିଜର ନାକ ତଳେ ଆଙ୍ଗୁଠି ରଖିଦେଇଥିଲେ ଓ ମୁହଁ ବନ୍ଦ କରିଦେଥିଲେ । ଫଳରେ ଛିଙ୍କ ବାହାରକୁ ଆସିବା ନେଇ ମୁହଁ ଭିତରେ ଅତ୍ୟଧିକ ଚାପ ସୃଷ୍ଟି ହୋଇଥିଲା । ଛିଙ୍କକୁ ରୋକିବା ଫଳରେ ତା’ର ଏକ ବଡ଼ ଧରଣର ପ୍ରଭାବ ପଡ଼ିଥିଲା ଓ ତାହା ସାମାନ୍ୟ ଛିଙ୍କଠାରୁ ୨୦ ଗୁଣ ଅଧିକ ଥିଲା । ଛିଙ୍କକୁ ନିୟନ୍ତ୍ରଣ କରିବାର ଏହି ଅଜବ ଫର୍ମୂଲାର ପ୍ରୟୋଗ କାରଣରୁ ତା’ର ବିପରୀତ ପ୍ରଭାବ ପଡ଼ିଥିଲା । ଫଳରେ ଯୁବକଙ୍କର ଶ୍ୱାସନଳୀରେ ୨ ମିଲିମିଟରର ଏକ ଛିଦ୍ର ହୋଇଯାଇଥିଲା ।

Get real time updates directly on you device, subscribe now.