fbpx

ବେଦାନ୍ତ ନିବେଶକଙ୍କର ଲାଗିଲା ଲଟେରୀ, ସେୟାରହୋଲ୍ଡର୍ସଙ୍କୁ ୮ ହଜାର କୋଟି ବଣ୍ଟନ କରିବ କମ୍ପାନୀ

ନୂଆଦିଲ୍ଲୀ: ବେଦାନ୍ତର ସେୟାରହୋଲ୍ଡର୍ସଙ୍କୁ ଚଳିତ ଆର୍ଥିକ ବର୍ଷରେ ଜବରଦସ୍ତ ଲାଭ ମିଳୁଛି। ସେୟାର ମୂଲ୍ୟ ଚମତ୍କାର ବୃଦ୍ଧି ମଧ୍ୟରେ ସେମାନେ କ୍ରମାଗତ ଡିଭିଡେଣ୍ଡ ପେମେଣ୍ଟ ପାଇଛନ୍ତି। ନିବେଶକଙ୍କୁ ଚଳିତ ବର୍ଷ ଦୁଇଥର ଡିଭିଡେଣ୍ଡର ପେମେଣ୍ଟ ମିଳିସାରିଛି। ବର୍ତ୍ତମାନ କମ୍ପାନୀ ତୃତୀୟ ଥର ଡିଭିଡେଣ୍ଡ ଦେବାକୁ ଘୋଷଣା କରିଛନ୍ତି। ଏଥର କମ୍ପାନୀ ନିଜ ସେୟାରହୋଲ୍ଡର୍ସଙ୍କୁ ଡିଭିଡେଣ୍ଡ ଭାବେ ୮ ହଜାର କୋଟି ଟଙ୍କା ବଣ୍ଟ କରିବାକୁ ଯାଉଛି।

କମ୍ପାନୀ ବେଦାନ୍ତ ନିଜର ତୃତୀୟ ଡୋଭିଡେଣ୍ଡର ଘୋଷଣା ସୋମବାର ଦିନ କରିଛି। କମ୍ପାନୀ କହିଛି ଯେ, ସେ ଚଳିତ ଆର୍ଥିକ ବର୍ଷରେ ତୃତୀୟ ଥର ନିଜର ନିବେଶକଙ୍କୁ ଡିଭିଡେଣ୍ଡର ପେମେଣ୍ଟ କରିବାକୁ ଯାଉଛି। ଏଥର ନିବେଶକଙ୍କୁ ପ୍ରତି ସେୟାରରେ ୨୦ ଟଙ୍କା ଡିଭିଡେଣ୍ଡ ଭାବେ ନିବେଶକଙ୍କୁ ସମୁଦାୟ ୭ହଜାର ୮୨୧ କୋଟି ଟଙ୍କାର ପେମେଣ୍ଟ କରିବ।

ବେଦାନ୍ତ ଏହା ପୂର୍ବରୁ ମେ ରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ଡିଭିଡେଣ୍ଡ ଦେଇଥିଲା। ସେହି ସମୟରେ କମ୍ପାନୀର ନିବେଶକମାନଙ୍କୁ ପ୍ରତି ସେୟାରରେ ୧୧ରୁ ୧୧ ଟଙ୍କାର ଡିଭିଡେଣ୍ଡ ମିଳିଥିଲା। ଏହାପରେ କମ୍ପାନୀ ଜୁଲାଇ ମାସରେ ନିବେଶକମାନଙ୍କୁ ପ୍ରତି ଏକ ସେୟାରରେ ୪ଟଙ୍କା ଲାଭାଂଶ ଦେଇଥିଲା। ବର୍ତ୍ତମାନ ପ୍ରତି ସେୟାରରେ ୨୦ ଟଙ୍କାର ଲାଭାଂଶ ମିଳିବାକୁ ଯାଉଛି। ଏହିଭଳି ଚଳିତ ଆର୍ଥିକ ବର୍ଷରେ ବେଦାନ୍ତ ପ୍ରତି ସେୟାରରେ ଲାଭାଂଶର ପେମେଣ୍ଟ ବଢି ୩୫ ଟଙ୍କାରେ ପହଞ୍ଚିଛି।

Get real time updates directly on you device, subscribe now.