fbpx

ରାସ୍ତାରେ ଖେଳୁଛନ୍ତି ମାଛ, ଗୋଟାଇବାକୁ ଲୋକଙ୍କ ଜମିଛି ଭିଡ

ଧାନବାଦ: ଝାରଖଣ୍ଡ ଧାନବାଦରେ ଏକ ଗାଡି ପ୍ରତିବନ୍ଧ ଲଗାଯାଇଥିବା ଥାଇ ମାଗୁର ମାଛ ଲଦି ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ ଲେଉଟି ପଡିଥିଲା । ଫଳରେ ଗାଡିରୁ ସବୁ ମାଛ ରାସ୍ତା ସାରା ବିଛାଡି ହୋଇ ପଡିଥିଲେ । ଖବର ଚାରିଆଡେ ଖେଳିଯିବା ପରେ ଲୋକମାନେ ସେଠାରେ ରୁଣ୍ଡ ହୋଇ ଯାଇଥିଲେ ଓ ମାଛ ଧରି ନେଇଯିବାରେ ଲାଗିଲେ । ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ଏହି ଘଟଣାର ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ଦେଖିବାକୁ ମିଳୁଛି କି କିପରି ଲୋକମାନେ ରାସ୍ତା ଉପରୁ ମାଛ ଗୋଟାଇ ନେଉଛନ୍ତି ।

ପୋଲିସ ସୂଚନା ଅନୁସାରେ ଧାନବାଦ ହାୱଡା-ନୂଆଦିଲ୍ଲୀ ହାଇୱେରେ ଥାଇ ମାଗୁର ମାଛରେ ଲଦା ହୋଇଥିବା ଗାଡି ଦୁର୍ଘଟଣାର ଶିକାର ହୋଇଥିଲା । ତୋପଚାଞ୍ଚି ଥାନା ଅଞ୍ଚଳ ବଜାର ନିକଟରେ ଏହି ପିକଅପ୍ ଭ୍ୟାନ୍ ଓଲଟି ପଡିଥିଲା । ଫଳରେ ମାଛ ସବୁ ସଡକ ଉପରେ ବିଛାଡି ହୋଇ ପଡିଥିଲେ । ଏହାପରେ ବହୁ ସଂଖ୍ୟାରେ ଗ୍ରାମବାସୀ ସେଠାରେ ପହଞ୍ଚି ବ୍ୟାଗ ଭର୍ତ୍ତି ମାଛ ଘରକୁ ନେଇଯାଇଥିଲେ ।

ଏହି ଘଟଣାର ସୂଚନା ତୋପଚାଞ୍ଚି ପୋଲିସକୁ ଦିଆଯାଇଥିଲା ଓ ପୋଲିସ ତୁରନ୍ତ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ପିକଅପ୍ ଭ୍ୟାନଟିକୁ ଜବତ କରି ନେଇଛି । ତେବେ ଭ୍ୟାନ୍ ଚଲାଉଥିବା ଡ୍ରାଇଭର କହିଛନ୍ତି ଗାଡିର ଟାୟାର ବ୍ଲାଷ୍ଟ ହୋଇଯିବା ପରେ ଗାଡିଟି ନିୟନ୍ତ୍ରଣ ହରାଇ ଲେଉଟି ପଡିଥିଲା । ମାଛ ଧରି ଗାଡି ପଶ୍ଚିମବଙ୍ଗରୁ ବିହାର ଔରଙ୍ଗାବାଦ ଯାଉଥିଲା ।

Get real time updates directly on you device, subscribe now.