fbpx

ପ୍ରଥମ ଟି-୨୦: ଟସ ଜିତି ବୋଲିଂ ନିଷ୍ପତ୍ତି ନେଲେ ରୋହିତ ଶର୍ମା; ଭେଙ୍କଟେଶ ଆୟରଙ୍କୁ ବିଗ୍ ବ୍ରେକ୍

ନୂଆଦିଲ୍ଲୀ: ବିଶ୍ୱକପ ବିଫଳତା ପରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ଆରମ୍ଭ ହୋଇଛି । ଜୟପୁରରେ ଖେଳା ଯାଉଥିବା ପ୍ରଥମ ଟି-୨୦ ମୁକାବିଲାରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା । ପୂର୍ଣ୍ଣକାଳୀନ ଅଧିନାୟକ ଭାବରେ ଏହା ରୋହିତଙ୍କ ପ୍ରଥମ ସିରିଜ ହୋଇଥିବା ବେଳେ ରାହୁଲ ଦ୍ରାବିଡ ମଧ୍ୟ କୋଚ ଭାବରେ ପଦାର୍ପଣ କରିବେ ।

ବିଶ୍ୱ କପ ଦଳରେ ସାମିଲ ନଥିବା ଶ୍ରେୟସ ଆୟର, ଅକ୍ଷର ପଟେଲ, ଦୀପକ ଚହର ଏବଂ ମହମ୍ମଦ ସିରାଜଙ୍କୁ ଦଳରେ ସାମିଲ କରାଯାଇଛି । ତେବେ ଆଇପିଏଲରେ ଚମକ୍ରାର ପ୍ରଦର୍ଶନ ପରେ ଭାରତୀୟ ଦଳରେ ପଦାର୍ପଣ ସୁଯୋଗ ପାଇଛନ୍ତି ଭେଙ୍କଟେଶ ଆୟାର । କେକେଆର ପକ୍ଷରୁ ଦମଦାର ପ୍ରଦର୍ଶନ ପରେ ଆୟର ଭାରତ ପଦାର୍ପଣ କରିଛନ୍ତି ।

Get real time updates directly on you device, subscribe now.