ନିଜ ଦୁଃଖକୁ ପଛରେ ପକାଇ ଲୋକଙ୍କୁ ସହାୟତା କରୁଛନ୍ତି ବର୍ଷା…

କଟକ: ରାଜ୍ୟରେ ବର୍ତ୍ତମାନ ବନ୍ୟାର ସ୍ଥିତି କିଭଳି ରହିଛି ଆପଣ ସବୁ ଜାଣିଥିବେ । ଟେଲିଭିଜନ ଠାରୁ ଆରମ୍ଭ କରି ଖବରକାଗଜ ପର୍ଯ୍ୟନ୍ତ ସବୁ ଠାରେ ବନ୍ୟାର ବିଭିତ୍ସିକା ବର୍ଣ୍ଣିତ ହୋଇ ରହିଛି । କାହିଁ କେତେ ଯେ ଲୋକ ବର୍ତ୍ତମାନ ସୁଦ୍ଧା ଜଳ ଘେରରେ ରହିଛନ୍ତି । ନା ଖାଇବାକୁ ଦି ଓଳା ପାଉଛନ୍ତି ନା ମୁଣ୍ଡ ଲୁଚାଇବାକୁ ଯାଗା ଟିଏ ଅଛି । ସରକାରଙ୍କ ଦ୍ୱାରା ରିଲିଫ ବଣ୍ଟନ ପାଇଁ ନିଦ୍ଦେଶ ଦିଆଯାଇଥିଲେ ମଧ୍ୟ ତାଙ୍କ ପାଖରେ କିଛି ପହଞ୍ଚି ପାରି ନାହିଁ । ବିଶୁଦ୍ଧ ପାଣିଟିଏ ମଧ୍ୟ ପିଇବାକୁ ମିଳୁନାହିଁ । ବନ୍ୟା ଆଶ୍ରୟସ୍ଥଳି ଅଛି ସତ ହେଲେ ସେଠାରେ ମଧ୍ୟ ଆଉ ଯାଗା ନାହିଁ ।
ତେବେ ଏହି ଭଳି ପରିସ୍ଥିତିରେ ଲୋକମାନଙ୍କୁ ସାହର୍ଯ୍ୟ କରିବା ପାଇଁ ଆଗକୁ ବାହାରି ଆସିଛନ୍ତି ଅଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ସେ କଟକର ନରାଜ ଠାରେ କୁଡିଆ ବାନ୍ଧି ରହୁଥିବା ଲୋକମାନଙ୍କ ନିକଟକୁ ଯାଇ ତାଙ୍କୁ ଶୁଖିଲା ଖାଦ୍ୟ ପରସିବା ସହ ଭଲ ମନ୍ଦ ପଚାରି ବୁଝିଛନ୍ତି । ତେବେ ଏହା ପ୍ରଥମଥର ନୁହେଁ ,ବର୍ଷା ଏହି ଭଳି କାର୍ଯ୍ୟ ଆଗରୁ ମଧ୍ୟ ଜାରି ରଖିଛନ୍ତି ।

ଆପଣ ମାନେ ଜାଣିଥିବେ ମହିଳାମାନଙ୍କର କେତେ ଅସୁବିଧା ଥାଏ ,ତେବେ ଏହି ସମୟରେ ସେ ମହିଳା ଝିଅମାନଙ୍କ ସହ ସେଠାରେ ଆଶ୍ରୟ ନେଇଥିବା ସମସ୍ତ ଲୋକମାନଙ୍କୁ ଭେଟି ତାଙ୍କର ଅସୁବିଧା ପଚାରି ବୁଝିଥିଲେ ।
ନିଜେ ଦୁଃଖ କଷ୍ଟରେ ଥିଲେ ମଧ୍ୟ ସେ ତାଙ୍କର ଦୁଃଖ ବେଦନାକୁ ପଛରେ ପକାଇ ଲୋକମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ସେ ତାଙ୍କ ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ପୋଷ୍ଟ କରିଛନ୍ତି । ବର୍ଷାଙ୍କର ଏହି ଉଦାର ମାନସିକତା ପାଇଁ ବହୁ ମହଲରେ ତାଙ୍କର ଚର୍ଚ୍ଚା ହେଉଛି ।