ସେହି ଘାତକ ବିଷ: ଯାହା ଯୁବକଙ୍କୁ ବି କିଛି ଘଣ୍ଟାରେ କରିଦିଏ ୧୦୦ ବର୍ଷର ବୁଢ଼ା, ହୋଇଥାଏ ଅକାଳ ମୃତ୍ୟୁ
ନୂଆଦିଲ୍ଲୀ: ପୋଲେନିୟମ ଏକ ଦୁର୍ଲଭ ରାସାୟନିକ ବିଷ ଅଟେ । ଏହି ଅତ୍ୟଧିକ ରେଡିଓଆକ୍ଟିଭ ରାସାୟନିକ ତତ୍ତ୍ୱ ଶ୍ରେଣୀରେ ଜଣାଯାଏ । ଯାହାକୁ ରସାୟନ ବିଜ୍ଞାନ ଭାଷାରେ ପୋ ଚିହ୍ନ ଦ୍ୱାରା ଦର୍ଶାଯାଇଥାଏ । ଏହାର ପରମାଣୁ ସଂଖ୍ୟା ୩୪ ଅଟେ । ପୋଲେନିୟମର ବିରଳତାର ଅନୁମାନ ଏଥିରୁ ଲଗାଇପାରବେ ଯେ ୟୁରେନିୟମ ଅୟସ୍କର ପ୍ରତି ମାଟ୍ରିକ୍ ଟନ୍ ରେ ଏହାର ମାତ୍ରା ପ୍ରାୟ ୧୦୦ ଗ୍ରାମ ହୋଇଥାଏ । ଯଦି ଏହା କୁହାଯାଏ ଯେ ପ୍ରକୃତରେ ଏଥିରେ ଯେତିକି ରେଡିୟମ ମାତ୍ରା ଥାଏ । ପ୍ରାୟ ୦.୨ ପ୍ରତିଶତ ମାତ୍ରା ପୋଲେନିୟମର ହୋଇଥାଏ । କୁହାଯାଏ ଯେ ଋଷର ଗୁଇନ୍ଦା ଏଜେନ୍ସୀର ପୂର୍ବ ପଳାତକ ଘୋଷିତ କରାଯାଇଥିବା ଅଧିକାରୀ ଆଲେକଜାଣ୍ଡାର ଲିଟେଓ୍ବନେନକେଙ୍କ ସନ୍ଦିଗ୍ଧ ଭାବରେ ମୃତ୍ୟୁ ହୋଇଥିଲା ।
ଅବଶ୍ୟ ଏହି ତଥ୍ୟକୁ କେବେବି ଋଷ ସ୍ୱିକାର କରିନାହିଁ । କୁହାଯାଏ ଯେ ଋଷରୁ ପଳାଇବାରେ ଇଂଲଣ୍ଡରେ ନିର୍ବାସିତ ଜୀବନ ବଞ୍ଚୁଥିବା ଆଲେକଜାଣ୍ଡାର ୧ ନଭେମ୍ବର ୨୦୦୬ଙ୍କୁ ମାରିଓ ସ୍କାରାମୈଲା ନାମକ ବ୍ୟକ୍ତିଙ୍କ ସହ ଖାଦ୍ୟ ଖାଇଥିଲେ । ମାରିଓ ଇତାବଲୀର ଥିଲେ । ଉଭୟ ଜାପାନୀ ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇଥିଲେ ତାହାପରଠାରୁ ହିଁ ଆଲେକଜାଣ୍ଡାରର ସ୍ୱାସ୍ଥ୍ୟ ଖରାପ ହେବାରେ ଲାଗିଥିଲା । ପ୍ରଥମରୁ ହିଁ ଇଂଲଣ୍ଡରେ ନିର୍ବାସିତ ଜୀବନ ବିତାଉଥିବା ଋଷ ପୁଞ୍ଜିପତି ବୋରିସ ବେରୋଜୋବିସ୍କୀ ଇଂଲଣ୍ଡରେ ଆଲେକଜାଣ୍ଡାରଙ୍କୁ ଲୁଚିବା ପାଇଁ ସ୍ଥାନ ଯୋଗାଇଥିଲେ । ଯେମିତି ଋଷ ଏଜେନ୍ସୀ ତାଙ୍କ ପର୍ଯ୍ୟନ୍ତ ପହଞ୍ଚି ତାଙ୍କୁ ଗିରଫ କରିନେବେ । କିନ୍ତୁ ପ୍ରକୃତରେ ଏମିତି କେବେବି ହୋଇନଥିଲା ।
ଏ ବିଷୟରେ ଆଲେକଜାଣ୍ଡାରଙ୍କ ପତ୍ନୀ ମରିନା ମଧ୍ୟ କହିଥିଲେ ଯେ ଯେ ଆଲେକଜାଣ୍ଡାର ରେଷ୍ଟୁରାଣ୍ଟରେ ଖାଇବା ପରଠାରୁ ତାଙ୍କର ସ୍ୱାସ୍ଥାବସ୍ଥା ବିଗିଡ଼ିବାରେ ଲାଗିଥିଲା ଏବଂ ଧୀରେ ଧୀରେ ସେ ବୃଦ୍ଧ ହେବାରେ ଲାଗିଥିଲେ । ସେ ଆହୁରି କହିଥଲେ ଯେ ବ୍ରିଟିଶ ଚିକିତ୍ସକ ଚିହ୍ନଟ କରିଥିଲେ ଯେ ଆଲେକଜାଣ୍ଡାରଙ୍କ ଶରୀରରେ ପୋଲେନିୟମ-୨୧୦ ରହିଛି । କିନ୍ତୁ ତଥାପି ସେମାନେ ଏହାକୁ ବାହାର କରିବାରେ ଅସଫଳ ରହିଥିଲେ । ଶେଷରେ ୨୩ ନଭେମ୍ବର ୨୦୦୬ ରେ ଆଲେକଜାଣ୍ଡାରଙ୍କ ମୃତ୍ୟୁ ହୋଇଥିଲା । ସଂଯୋଗବସତଃ ଯଦି ତାଙ୍କର ଜୀବନ ରକ୍ଷା ବି ହୋଇଥାନ୍ତା ତେବେ ସେ ୪୪ ବର୍ଷ ବୟସରେ ମଧ୍ୟ ୧୦୦ ବର୍ଷର ବୃଦ୍ଧର ଜର୍ଜରିତ ଜୀବନ ଧରି ବଞ୍ଚିବାକୁ ପଡ଼ିଥାନ୍ତି । ଡାକ୍ତର ମଧ୍ୟ କହିଥିଲେ ଯେ ଯଦି ଜୀବନ ରକ୍ଷା ହେଲେ ବି କ୍ୟାନ୍ସର ହେବାର ପୂରା ସମ୍ଭାବନା ରହିଛି ।
ତେବେ ଇଂଲଣ୍ଡରେ ପୋଲେନିୟମ କାରଣରୁ ଦୟନୀୟ ଏବଂ ସନ୍ଦେହଜନକ ମୃତ୍ୟୁ ପରେ ବ୍ରିଟିଶ ଏଜେନ୍ସୀ ବଡ଼ ମାତ୍ରାରେ ଯାଞ୍ଚ ଅଭିଯାନ କରିଥିଲେ । ଯାହାପରେ ଜଣାପଡ଼ିଥିଲା ଯେ ଚାରି ଉଡ଼ାଜାହାଜରେ ମଧ୍ୟ ପୋଲେନିୟମ-୨୧୦ ଉପସ୍ଥିତିର ପ୍ରମାଣ ମିଳିଥିଲା । ସେହି ଚାରି ଜାହାଜରେ ସେପର୍ଯ୍ୟନ୍ତ ୩୩ ହଜାର ଯାତ୍ରୀ ଯାତ୍ରା କରିସାରିଥିଲେ । ସେହି ସବୁ ଯାତ୍ରୀଙ୍କୁ ଚିହ୍ନଟ କରାଯାଇ ଚିକିତ୍ସା ମଧ୍ୟ କରାଯାଇଥିଲା ।