fbpx
BSKY SKY
BSKY SKY

୫୯ ବର୍ଷ ପରେ ହେବାକୁ ଯାଉଛି ଦୁର୍ଲଭ ସଂଯୋଗ: ୫ଟି ରାଶିର ବ୍ୟକ୍ତିମାନଙ୍କ ଉପରେ ରହିବ ଲକ୍ଷ୍ମୀଙ୍କ କୃପା,ଜାଣନ୍ତୁ ଆପଣଙ୍କ ଭାଗ୍ୟ

BSKY

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ଗ୍ରହ ନକ୍ଷତ୍ର ସେମାନଙ୍କ ଗତିପଥ ଏବଂ ରାଶି ପରିବର୍ତ୍ତନ କରିଥାନ୍ତି । ଯାହାଫଳରେ ଏହା ପ୍ରତ୍ୟେକ ରାଶି ଉପରେ ପ୍ରଭାବ ପକାଇଥାଏ । ତେବେ ଆଗକୁ ନବରାତ୍ରୀ ଥିବାବେଳେ ଏହା ପୂର୍ବରୁ ଗ୍ରହ ନକ୍ଷେତ୍ରମାନଙ୍କ ମଧ୍ୟରେ ଏକ ଦୁର୍ଲଭ ସଂଯୋଗ ହେବାକୁ ଯାଉଛି । ଏହି ଦିନମାନଙ୍କରେ ଶନି ଦେବ ଏବଂ ବୃହସ୍ପତି ଏକା ସହିତ ବକ୍ର ଅବସ୍ଥାରେ ରହିବେ । ଏହି ଦିନ ଶୁକ୍ର ଦେବ ମଧ୍ୟ କନ୍ୟା ରାଶିରେ ପ୍ରବେଶ କରିବେ । ତେବେ ପୂର୍ବରୁ ଏହି ରାଶିରେ ବୁଧ ଏବଂ ସୁର୍ଯ୍ୟଙ୍କ ପ୍ରବେଶ କରାଣରୁ ବୁଦ୍ଧାଦିତ୍ୟ ଯୋଗ ରହିଛି । ଏହିସବୁ ମଧ୍ୟରେ ବୁଧ, ଶୁକ୍ର ଏବଂ ସୂର୍ଯ୍ୟ କନ୍ୟା ରାଶିରେ ଏକତ୍ରିତ ହୋଇ ତ୍ରୀ ଯୋଗ ସୃଷ୍ଟୁ କରିବେ । ଯାହାଫଳରେ ଏହା ସମସ୍ତ ୧୨ଟି ରାଶି ଉପରେ ପ୍ରଭାବ ପକାଇବ । କିନ୍ତୁ ମୁଖ୍ୟତ ୫ଟି ରାଶି ଉପରେ ଏହା ଅଧିକ ପ୍ରଭାବ ପକାଇବ । ଫଳରେ ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ରହିବା ସହ ସେମାନେ ଧନବାନ ହେବେ । ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ୫ ଟି ରାଶି ଉପରେ ରହିବ ମା ଲକ୍ଷ୍ମୀଙ୍କ କୃପା ।

ଧନୁ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଧନୁ ରାଶିର ବ୍ୟକ୍ତିମାନଙ୍କ ପାଇଁ ଆଗକୁ ଆସୁଥିବା ସମୟ ଅତ୍ୟନ୍ତ ଶୁଭଙ୍କର ହେବ । ପରିବାରରେ ସୁଖ ଶାନ୍ତି ଲାଗି ରହିବା ସହ ବେପାର ବାଣିଜ୍ୟରେ ଅନେକ ସଫଳତା ମିଳିବ । ଏହି ରାଶିର ବ୍ୟକ୍ତିମାନେ ସମାଜରେ ମାନ-ସମ୍ମାନ ମିଳିବା ସହ ମା ଲକ୍ଷ୍ମୀଙ୍କ କୃପା ମଧ୍ୟ ରହିବ ।

ମିଥୁନ:ଏହି ରାଶିର ବ୍ୟକ୍ତିମାନଙ୍କୁ ଏହି ଗ୍ରହ ଚାଳନା ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ । ଚାକିରୀ କ୍ଷତ୍ରେରେ ନୂଆ ଦାୟୀତ୍ୱ ମିଳିବା ସହ ଧନ ପ୍ରପ୍ତିର ମଧ୍ୟ ଯୋଗ ରହିଛି । ବେପାର ବାଣିଜ୍ୟରେ ଏହି ରାଶିର ବ୍ୟକ୍ତିମାନଙ୍କୁ ଲାଭ ମିଳିବା ସହ ପାଠ ପଢା କ୍ଷେତ୍ରରେ ମଧ୍ୟ ଅନେକ ସଫଳତା ମିଳିବ ।

ମୀନ: ଏହି ଗ୍ରହ ଚାଳନା ସମୟରେ ମୀନ ରାଶିର ବ୍ୟକ୍ତିମାନଙ୍କୁ କିଛି ଖୁସି ଖବର ମିଳିବାର ଯୋଗ ରହିଛି । ଚାକିରୀ କ୍ଷେତ୍ରରେ ସଫଳତା ମିଳିବା ସହ ଦରମା ମଧ୍ୟ ବୃଦ୍ଧି ପାଇପାରେ । ଏହି ରାଶିର କୁଣ୍ଡଳିରେ ଶନିଦେବ ଲାଭ ସ୍ଥାନରେ ବିରାଜମାନ ଅଛନ୍ତି । ଯାହାଫଳରେ ଆୟ ପ୍ରପ୍ତିର ଯୋଗ ରହିଛି ।

ବୃଷ: ଏହି ସମୟ ମଧ୍ୟରେ ବୃଷ ରାଶିର ବ୍ୟକ୍ତିମାନେ ଯାହା ଯୋଜନା କରିବେ ସେଥିରେ ସଫଳ ହେବାର ଯୋଗ ରହିଛି । ଅର୍ଥ ଉପାର୍ଜନ ସହିତ ବ୍ୟାପାର ମଧ୍ୟ ବିସ୍ତାର କରିପାରିବେ । ଏତି ସହିତ କୋର୍ଟ କଚେରୀ କାମରେ ଫଶିଥିଲେ ସେଥିରୁ ମୁକ୍ତି ମିଳିବ ।

କନ୍ୟା: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଗମୀ ଦିନ ଗୁଡିକ ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ । ଏହାର କାରଣ ହେଉଛି କନ୍ୟା ରାଶିରେ ତିନୋଟି ଗ୍ରହ ଏକା ସାହିତ ବିରାଜମାନ କରିବାକୁ ଯାଉଛନ୍ତି । ଯାହାଫଳରେ ଏହି ରାଶି ଉପରେ ମା ଲକ୍ଷ୍ମୀଙ୍କ କୃପା ରହିବା ସହତ ଏମାନଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.