fbpx
BSKY SKY
BSKY SKY

ଦେଶରେ ଖୁବଶୀଘ୍ର ଚାଲିବ ଏକ ଖାସ୍ ଟ୍ରେନ: ଉପର ଡେକରେ ବସିବେ ଯାତ୍ରୀ, ତଳ ବଗିରେ ରହିବ ଜିନିଷପତ୍ର

BSKY

ନୂଆଦିଲ୍ଲୀ: ଦେଶରେ ଖୁବଶୀଘ୍ର ଏକ ଖାସ୍ ଧରଣର ଟ୍ରେନ ଗଡ଼ିବାକୁ ଯାଉଛି । ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ଟ୍ରେନର ଉପର ଡେକରେ ଯାତ୍ରୀମାନେ ବସିବେ ଓ ତଳ ବଗିରେ ଜିନିଷପତ୍ର ରହିବ । ଅର୍ଥାତ ଏକ ସମୟରେ ଏହି ଟ୍ରେନରେ ଦୁଇ ପ୍ରକାରର କାର୍ୟ୍ୟ ଚାଲିବ । ଏହି ଡବଲ ଡେକର ଟ୍ରେନର ନିର୍ମାଣ ରେଲ କୋଚ ଫ୍ୟାକ୍ଟ୍ରି (ଆଇସିଏଫ) କପରଥଲାରେ ଚାଲିଛି । ଚଳିତ ମାସ ଶେଷ ସୁଦ୍ଧା ଏହି ଟ୍ରେନ କୋଚର ଟ୍ରାଏଲ ହେବାର ସମ୍ଭାବନା ରହିଛି ।

ପ୍ରାଥମିକ ଭାବେ ଦୁଇଟି ଡବଲ ଡେକର ଟ୍ରେନ ନିର୍ମାଣ ନେଇ ଯୋଜନା ଚାଲିଛି । ଟ୍ରେନର ଉପର କୋଚରେ ୪୬ ଜଣ ଯାତ୍ରୀଙ୍କ ସ୍ଥାନ ରହିବ ଓ ତଳ ଡବାରେ ୬ ଟନ ପର୍ୟ୍ୟନ୍ତ ମାଲ ପରିବହନ ହେବ । ଏହି ଟୁ ଇନ ୱାନ ଓବଲ ଡେକର ଟ୍ରେନକୁ ଚାଲିବା ନେଇ କରୋନା ମହାମାରୀ ସମୟରେ ପ୍ରସ୍ତାବ ଆସିଥିଲା । ମାତ୍ର ପରବର୍ତ୍ତୀ ସମୟରେ ତାହା ଠପ୍ ହୋଇଯାଇଥିଲା । ରେଲ କୋଚ ଫ୍ୟାକ୍ଟ୍ରି କପୁରଥଲାର ଜଣେ ଅଧିକାରୀଙ୍କ ମୁତାବକ, ରେଲୱେ ବୋର୍ଡ ୩ଟି ଡିଜାଇନ ପ୍ରସ୍ତାବ ଦେଇଥିଲା । ମାତ୍ର ସେଥିମଧ୍ୟରୁ ଗୋଟିଏ ପ୍ରସ୍ତବାକୁ ମଞ୍ଜୁରୀ ମିଳିଥିଲା । ଗୋଟିଏ କୋଚର ନିର୍ମାଣ ପାଇଁ ୨.୭୦ କୋଟିରୁ ୩ କୋଟି ମଧ୍ୟରେ ଖର୍ଚ୍ଚ ହେବ ।

ଏକ ସୂତ୍ର ମୁତାବକ, ପ୍ରାରମ୍ଭିକ ଭାବେ ଦୁଇଟି ଟୁ ଇନ୍ ୱାନ ଡବଲ ଡେକର ଟ୍ରେନ ଚଳାଇବା ନେଇ ରେଲୱେ ଯୋଜନା କରିଛି । ପ୍ରତି ଟ୍ରେନରେ ୨୦ଟି ଲେଖାଏଁ କୋଚ ରହିବ । ଏହି ଟ୍ରେନକୁ କାର୍ଗୋ ଲାଇନର କନସେପ୍ଟରେ ରୋଲ ଆଉଟ୍ କରାଯିବ ଓ ନିର୍ଦ୍ଧାରିତ ରୁଟରେ ନିୟମିତ ଭାବେ ଚାଲିବ । ଏହି ଟ୍ରେନରେ ଅଲଗା ଅଲଗା ପ୍ରକାରର ସାମଗ୍ରୀ ରହିପାରିବ । ଦୁଇଟି ଷ୍ଟେସନ ମଧ୍ୟରେ ଯେଉଁ ଯେଉଁ ସାମଗ୍ରୀ ପଠାଇବା ପାଇଁ ଅର୍ଡର ଆସିବ, ତାହାକୁ ଡବଲ ଡେକର ଟ୍ରେନ ନେଇ କରି ଚାଲିବ ।

Get real time updates directly on you device, subscribe now.