fbpx

ଖ୍ୟାତନାମା ବଲିଉଡ ନିର୍ଦ୍ଦେଶକ ଇସ୍ମାଇଲ ଶ୍ରଫଙ୍କ ପରଲୋକ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ଜଗତରୁ ଏକ ଦୁଃଖର ଖବର ସାମ୍ନାକୁ ଆସିଛି । ପ୍ରଖ୍ୟାତ ବଲିଉଡ ନିର୍ଦ୍ଦେଶକ ଇସ୍ମାଇଲ ଶ୍ରଫଙ୍କ ଦେହାନ୍ତ ହୋଇଛି । ସେ ଦୀର୍ଘଦିନ ଧରି ରୋଗଗ୍ରସ୍ତ ଅବସ୍ଥାରେ ରହିଥିଲେ । ଅନେକ ରୋଗରେ ପୀଡ଼ିତ ଥିବାରୁ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଉଥିଲା । ସେ କୋକିଲାବେନ ଧୀରୁଭାଈ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଦେହତ୍ୟାଗ କରିଛନ୍ତି । ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଏହି ଖବର ମନୋରଞ୍ଜନ ଦୁନିଆରେ ଶୋକର ଲହରୀ ଖେଳାଇ ଦେଇଛି ।

ଇସ୍ମାଇଲଙ୍କ ପରଲୋକ ଖବର ଶୁଣିବା ପରେ ବଲିଉଡ ଅଭିନେତା ଗୋବିନ୍ଦା ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଗୋବିନ୍ଦାଙ୍କ ଡେବ୍ୟୁ ଫିଲ୍ମ ‘ଲଭ୍ ୮୬’ରେ ଶ୍ରଫ ନିର୍ଦ୍ଦେଶନା ଦେଇଥିଲେ । ଏହି ଅବସରରେ ଗୋବିନ୍ଦା କହିଛନ୍ତି, ସେ ଜଣେ ଏପରି ବ୍ୟକ୍ତି ଥିଲେ ଯିଏ କି ମୋତେ ବୁଝି ପାରିଥିଲେ । ଶ୍ରଫଙ୍କ ସହିତ ମୁଁ ମୋର କ୍ୟାରିୟରର ଶୁଭାରମ୍ଭ କରିଥିଲି । ମୋତେ ଗୋବିନ୍ଦା ବନାଇବା କ୍ଷେତ୍ରରେ ତାଙ୍କର ବହୁତ ବଡ଼ ଭୂମିକା ରହିଥିଲା ।

ଗୋବିନ୍ଦାଙ୍କ ବ୍ୟତୀତ ରାଜେଶ ଖାନ୍ନା, ଧର୍ମେନ୍ଦ୍ର, ରାଜ କୁମାରଙ୍କ ପରି ଅନେକ ତାରକାଙ୍କ ସହିତ ଶ୍ରଫ କାମ କରିଥିଲେ । ଶ୍ରଫ ଅଶି ଓ ନବେ ଦଶକର ଅନେକ ସୁଫରହିଟ୍ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ । ତାଙ୍କର ବେଷ୍ଟ ଫିଲ୍ମ ମଧ୍ୟରେ ଅହିସ୍ତା, ଅହିସ୍ତା, ବୁଲନ୍ଦୀ, ଥୋଡ଼ି ସି ବେବଫାଇ, ସୂର୍ଯ୍ୟା ଆଦି ରହିଛି । ଇଣ୍ଡଷ୍ଟ୍ରିରେ ସେ ସ୍ମାଇଲ ଶ୍ରଫ ଭାବେ ପରିଚିତ ଥିଲେ ।

Get real time updates directly on you device, subscribe now.