fbpx

ବାଦଶାହ ମସାଲାର ୫୧% ଅଂଶୀଦାର କିଣିବ ଡାବର ଇଣ୍ଡିଆ , ଆଉ ଅବଶିଷ୍ଟ ଅଂଶ…

ନୂଆଦିଲ୍ଲୀ: ଡାବର ଇଣ୍ଡିଆ ଲିମିଟେଡ୍ ଏବେ ବାଦଶାହା ମସାଲା ପ୍ରାଇଭେଟ୍ ଲିମିଟେଡର ଅଧିକ ଷ୍ଟକ ହାସଲ କରିବା ନେଇ ଏଗ୍ରିମେଣ୍ଟ ସାଇନ୍ କରିଛନ୍ତି । ଏହି ଡିଲ୍ ୫୮୭.୫୨ କୋଟି ଟଙ୍କାରେ ହୋଇଛି । ଏକ୍ସଚେଞ୍ଜ ଫାଇଲିଂରେ କୁହାଯାଇଛି କି ଡାବର ଇଣ୍ଡିଆ, ବାଦଶାହା ର ୫୧% ଅଂଶୀଦାରୀକୁ ଅଧିଗ୍ରହଣ କରିବାକୁ ଯାଉଛି ଓ ଅବଶିଷ୍ଟ ୪୯% ଅଂଶକୁ ଆସନ୍ତା ୫ବର୍ଷ ମଧ୍ୟରେ କିଣିବାର ଯୋଜନା ରଖିଛି । ଡାବର୍ର ସୂଚନା ମୁତାବକ ବାଦଶାହା ଏଣ୍ଟରପ୍ରାଇଜ୍ ଭ୍ୟାଲୁ ୧୧୫୨ କୋଟି ଟଙ୍କାର ଆକଳନ କରାଯାଇଛି । ଏହି ଅଧିଗ୍ରହଣ ଡାବର ତିନିବର୍ଷରେ ନିଜର ଫୁଡ୍ ବିଜ୍ନେସ୍ କୁ ୫୦୦ କୋଟି ଟଙ୍କା ବୃଦ୍ଧି କରିବା ଓ ନୂଆ କାଟାଗୋରୀର ବିସ୍ତା କରିବାର ଯୋଜନା ଅନୁରୂପ ରହିଛି ।

ଏହି ଅଧିଗ୍ରହଣ ଦ୍ୱାରା ଡାବର ଭାରତରେ ୨୫ହଜାର କୋଟି ଟଙ୍କାରୁ ଅଧିକ ବ୍ରାଣ୍ଡେଡ୍ ମସାଲା ଭାବେ ବଜାରରେ ପ୍ରବେଶ କରିବ ।ଆମେ ଆମର ଖାଦ୍ୟ ବ୍ୟବସାୟ ଗଠନ ଜାରି ରଖିବା ସହିତ ଏହି ଅଧିଗ୍ରହଣ ଆମର ଅଭିବୃଦ୍ଧି ରଣନୀତିକୁ ତ୍ୱରାନ୍ୱିତ କରିବୁ ଏହାସହ ଏହି ବ୍ୟବସାୟକୁ ବିଶ୍ୱବ୍ୟାପୀ ବଢ଼େଇବା ପାଇଁ ଆମେ ଆମର ଆନ୍ତର୍ଜାତୀୟ ବଜାରର ଉପସ୍ଥିତିକୁ ଉପଯୋଗ କରିବାକୁ ଇଚ୍ଛା କରୁଛୁ ବୋଲି ଡାବର ଇଣ୍ଡିଆର ଅଧ୍ୟକ୍ଷ ମୋହିତ ବର୍ମନ କହିଛନ୍ତି।ଚୁକ୍ତିନାମା ଅନୁଯାୟୀ, ଡାବର ପାଞ୍ଚ ବର୍ଷ ପରେ ୪୯% ଅଂଶଧନ ହାସଲ କରିବ।

ବିବୃତ୍ତି ଅନୁଯାୟୀ ବାଦଶାହା ମସଲାଙ୍କର ୫୨ ଟି ଉତ୍ପାଦ ଭାରତ ଏବଂ ବିଦେଶ ବଜାରରେ ଉପଲବ୍ଧ। ମିଶ୍ରିତ ମସଲା ରାଜସ୍ୱର ୮୨% ଅଟେ ଏବଂ ଗୁଜୁରାଟର ଉମରଗାମରେ କମ୍ପାନୀର ଦୁଇଟି ଉତ୍ପାଦନ ସୁବିଧା ରହିଛି ।

Get real time updates directly on you device, subscribe now.