fbpx

Brain Eating Amoeba ଗାଧୋଇବା ବେଳେ ନାକରେ ପଶୁଛି, ବ୍ରେନର ସେଲସକୁ ଖାଉଛି: ୧୦ ଦିନ ମଧ୍ୟରେ ମଣିଷ ମରୁଛି, ବୈଜ୍ଞାନିକଙ୍କ ଚିନ୍ତା ବଢ଼ିଲା

ନୂଆଦିଲ୍ଲୀ: ପ୍ରକୃତିର ଏହି ସୃଷ୍ଟିରେ ଅନେକ ପ୍ରକାରର ଜୀବ ବସବାସ କରୁଛନ୍ତି । କିଛି ଜୀବଙ୍କ ବିଷୟରେ ମଣିଷ ପାଖରେ ସୂଚନା ମଧ୍ୟ ନାହିଁ । ଏପରି କିଛି ଜୀବ ଆମର ସାଧାରଣ ଆଖିକୁ ଦେଖାଯାଆନ୍ତି ନାହିଁ, ଯେଉଁମାନେ କି ମଣିଷ ପାଇଁ ଭୟଙ୍କର ସାବ୍ୟସ୍ତ ହୋଇଥାନ୍ତି । ତେବେ ଏପରି ଏକ ମାରାତ୍ମକ ଜୀବ ଅମୀବା, ଯାହାକି ମଣିଷର ବ୍ରେନକୁ ଖାଇ ନଷ୍ଟ କରିଦେଉଛି । ଏହି ‘ଦିମାବ ଖା’ ବା ବ୍ରେନ ଇଟିଂ ଅମୀବାକୁ ନେଇ ବୈଜ୍ଞାନିକମାନେ ଏବେ ଚିନ୍ତା ଜାହିର କରିଛନ୍ତି ।

ସୂଚନା ମୁତାବକ, ଆମେରିକାର ନେବ୍ରାସ୍କାର ଏକ ବାଳକ ନଦୀରେ ଗାଧୋଇ ଘରକୁ ଫେରିଥିଲା । ଏହାର କିଛିଦିନ ପରେ ତା’ର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାର ପାଖାପାଖି ୧୦ ଦିନ ପରେ ଉକ୍ତ ବାଳକର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଡାକ୍ତରଙ୍କ ମୁତାବକ, ଗାଧୋଇବା ସମୟରେ ଉକ୍ତ ବାଳକଟି ବ୍ରୋନ ଇଟିଂ ଅମୀବା ଦ୍ୱାରା ସଂକ୍ରମିତ ହୋଇଥିଲା, ଫଳରେ ତା’ର ମୃତ୍ୟୁ ଘଟିଥିଲା । ୧୮ ବର୍ଷୀୟ ଉକ୍ତ ବାଳକର ବ୍ରେନରେ ଅମୀବିକ ମେନିଙ୍ଗୋଏନ୍ସେଫଲାଇଟିସ ପଶିଯାଇ ସଂକ୍ରମିତ କରିଥିଲା ।

ସିଡିସି ଅନୁଯାୟୀ, ଯେ କୌଣସି ନଦୀ, ନାଳ, ଓଦା ମାଟି ଓ ସରକାରୀ ଭାବେ ଯୋଗାଣ ଜଳ ମାଧ୍ୟମରେ ଅମୀବା ରହିଥାନ୍ତି । ଏହା ଗାଧୋଇବା ସମୟରେ ମଣିଷର ନାକରେ ପଶିଯାଇ ବ୍ରେନକୁ ଚାଲିଯାଇଥାଏ । ଏହା ବହୁତ ଛୋଟ ହୋଇଥିବାରୁ ଏହାକୁ ମାଇକ୍ରୋସ୍କୋପ ବିନା ଦେଖିବା ଅସମ୍ଭବ । ଏହାର ବ୍ୟାସ ୦.୨-୦.୫ ମିମି ମଧ୍ୟରେ ହୋଇଥିବା ବେଳେ ଏହା ବ୍ରେନରେ ପହଞ୍ଚିବା ପରେ ଧୀରେଧୀରେ ବ୍ରେନର ସେଲସକୁ ଖାଇଦେଇଥାଏ । ଚିକିତ୍ସା ସମୟରେ ଡାକ୍ତର ଏହାକୁ ଚିହ୍ନଟ କରିପାରିନଥାନ୍ତି । ଅମୀବା ସଂକ୍ରମଣ କୌଣସି ଚିକିତ୍ସା ନାହିଁ । କେବଳ ଲକ୍ଷଣ ଆଧାରରେ ରୋଗୀର ଚିକିତ୍ସା କରାଯାଇଥାଏ । ମାତ୍ର ବ୍ରେନ ସେଲସର ସମାପ୍ତ ହେବା କାରଣରୁ ରୋଗୀର ମୃତ୍ୟୁ ଘଟିଥାଏ । ତେଣୁ ନାକରେ ଯେପରି ପାଣି ନ ପଶିବ, ଥଣ୍ଡା ପାଣି ବ୍ୟବହାର ନ କରିବା, ପୋଖରୀ ପାଣିରେ କୀଟନାଶକ ପଡ଼ିଛି ନା ନାହିଁ ସେନେଇ ଦୃଷ୍ଟି ଦେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.