fbpx

(Video) Vettaiyanର ରିଲିଜ ହେଲା ଟ୍ରେଲର, ଫୁଲ ଆକ୍ସନ ମୋଡରେ ଦେଖାଦେଲେ ରଜନୀକାନ୍ତ

ନୂଆଦିଲ୍ଲୀ: ରଜନୀକାନ୍ତଙ୍କ ଫିଲ୍ମ Vettaiyan ର ଦର୍ଶକଙ୍କୁ ବହୁ ସମୟରୁ ଅପେକ୍ଷା ଥିଲା। ଫିଲ୍ମ ୧୦ ଅକ୍ଟୋବରରେ ସିନେମା ହଲରେ ରିଲିଜ ହେବାକୁ ଯାଉଛି। ଏହା ପୂର୍ବରୁ ୨ ଅକ୍ଟୋବରରେ ଫିଲ୍ମର ଟ୍ରେଲର ରିଲିଜ ହୋଇଛି। Vettaiyanର ଟ୍ରେଲର ଆକ୍ସନ ସହ ଭରପୂର, ଏଥିରେ ଅମିତାଭ ବଚ୍ଚନଙ୍କର ଦମଦାର ଲୁକ ନଜର ଆସିଛି। ଏହି ଫିଲ୍ମ ଜରିଆରେ ଅମିତାଭ ବଚ୍ଚନ ଏବଂ ରଜନୀକାନ୍ତ ୩୩ ବର୍ଷ ପରେ ପୁଣିଥରେ ଏକ ସାଙ୍ଗରେ ସ୍କ୍ରିନରେ ନଜର ଆସିବେ।

ଟ୍ରେଲରର ଆରମ୍ଭ ଏକ ପ୍ରୋଟେଷ୍ଟ ସହ ହେଉଛି, ଯେଉଁଥିରେ ଲୋକେ ଅଭିଯଙ୍କୁ ଦଣ୍ଡ ମିଳିବା ନେଇ ଦାବି କରୁଥିବା ନଜର ଆସିଛି। ଏହା ପରେ ଦେଖବାକୁ ମିଳୁଛି ଯେ, ଅପରାଧୀକୁ ଦଣ୍ଡ ଦେବା ଲାଗି ପୋଲିସ ଏନକାଉଣ୍ଟର କରିବାର ପ୍ଲାନିଂ କରୁଛି। ଏହା ଏକ ଏପରି ଅଭିଯୁକ୍ତ ଯିଏ କ୍ରୁର ମାଷ୍ଟରମାଇଣ୍ଡ ଅଟେ ଏବଂ ମହିଳାମାନଙ୍କୁ ନିଜ ଅପରାଧର ଟାର୍ଗେଟ କରୁଛି। ସେହିପରି ସତ୍ୟଦେବଙ୍କ ଚରିତ୍ରରେ ଅମିତାଭ ବଚ୍ଚନଙ୍କ କ୍ୟାରେକ୍ଟରକୁ ମଧ୍ୟ ପରିଚିତ କରାଯାଇଛି।

Get real time updates directly on you device, subscribe now.