fbpx

ଚତୁର୍ଥ ଜାତୀୟ ଜଳ ପୁରସ୍କାର ପ୍ରଦାନ କଲେ ଉପରାଷ୍ଟ୍ରପତି: ଗଞ୍ଜାମକୁ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର

Advertisement

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଚତୁର୍ଥ ଜାତୀୟ ଜଳ ପୁରସ୍କାର ପ୍ରଦାନ କରିଛନ୍ତି । ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ୧୧ଟି ବର୍ଗରେ ମୋଟ୍‍ ୪୧ଜଣ ବିଜେତାଙ୍କୁ ଘୋଷଣା କରାଯାଇଥିଲା । ଏହିକ୍ରମରେ ସର୍ବୋତ୍ତମ ଜିଲ୍ଲା ବର୍ଗରେ ଓଡ଼ିଶାର ଗଞ୍ଜାମ ଜିଲ୍ଲାକୁ ଜଳ ପୁରସ୍କାର ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ ରାଜ୍ୟ ବର୍ଗରେ ମଧ୍ୟପ୍ରଦେଶକୁ ପ୍ରଥମ ପୁରସ୍କାର ମିଳିଥିବାବେଳେ ସର୍ବୋତ୍ତମ ଗ୍ରାମପଞ୍ଚାୟତ ବର୍ଗରେ ତେଲେଙ୍ଗାନା ରାଜ୍ୟର ଭଦ୍ରାରି କୋଠଗୁଡେମ ଜିଲ୍ଲାର ଜଗନ୍ନାଧପୁରମ ପଞ୍ଚାୟତକୁ ଏହି ପୁରସ୍କାର ମିଳିଛି ।

ବର୍ତ୍ତମାନ ପ୍ରତ୍ୟେକ ବିଜେତାଙ୍କୁ ପ୍ରଶସ୍ତିପତ୍ର ସହ ଏକ ଟ୍ରଫି ଏବଂ ନଗଦ ଅର୍ଥ ପୁରସ୍କାର ଆକାରରେ ପ୍ରଦାନ କରାଯାଇଛି । ଦେଶବ୍ୟାପୀ ଆୟୋଜିତ ହେଉଥିବା ଜଳସମୃଦ୍ଧ ଭାରତ ଗଠନରେ ସରକାରଙ୍କର ଦୂରଦୃଷ୍ଟିତା ଅଭିଯାନର ଅଂଶସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଛି । ବିଭିନ୍ନ ସଂଗଠନ ତଥା ଜନସାଧାରଣଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଏହି ପୁରସ୍କାର ଦିଆଯାଉଛି । ଯାହା ଲୋକମାନଙ୍କୁ ଜଳର ଗୁରୁତ୍ୱ ଏବଂ ଏହାର ସଠିକ୍‍ ବ୍ୟବହାର ସମ୍ପର୍କିତ ଉପାୟଗୁଡ଼ିକୁ ଆପଣାଇବା ପାଇଁ ସଚେତନ କରିବ ।

Get real time updates directly on you device, subscribe now.