(Video)କାର୍ ଇଞ୍ଜିନ ଭିତରେ ଫଶି ରହିଥିଲା ୬ ଫୁଟର ଅଜଗର ସାପ

ଓଡିଶା ଭାସ୍କର; ଦେଶରେ ଆଗମନ ହେଲାଣି ଶୀତ ଋତୁ । ଧୀରେ ଧୀରେ ଥଣ୍ଡା ପଡିବା ଆରମ୍ଭ ହେଉଥିବା ବେଳେ ମଣିଷଙ୍କ ସମେତ ଜୀବଜନ୍ତୁ ମାନେ ଗରମ ଚିକିତ୍ସା ଓ ଉଷୁମ ସ୍ଥାନ ଖୋଜିବା ଆରମ୍ଭ କରିଦେଲେଣି । ତେବେ ଏହି କ୍ରମରେ ଏକ ସାପ ନିଜର ଉଷୁମ ସ୍ଥାନ ଖୋଜିବାକୁ ଯାଇ ଏକ କାରର ଇଞ୍ଜିନ ଭାଗରେ ପଶିଯାଇଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ଦକ୍ଷିଣ ଦିଲ୍ଲୀର ଜଣେ କାର ମାଲିକ ତାଙ୍କ କାର୍ ଇଞ୍ଜିନ ଭାଗରେ ଏକ ୬ ଫୁଟର ଅଜଗର ସାପ ଦେଖିବାକୁ ପାଇଥିଲେ । ଏହା ଦେଖି ସେ ଭୟଭୀତ ହୋଇଯାଇଥିଲେ। ଏହାପରେ ସେ ତୁରନ୍ତ ସାପ ଉଦ୍ଧାରକାରୀ ଦଳ ସହ ଯୋଗାଯୋଗ କରିଥିଲେ । ସାପ ଉଦ୍ଧାରକାରୀ ଦଳ ସେଠାକୁ ଆସି ସୁରକ୍ଷିତ ଭାବେ ସେ ଉକ୍ତ ଅଜଗର ସାପକୁ କାରର ଇଞ୍ଜିନ ବାହାରକୁ ବାହାର କରିଥିଲେ । ଆଉ ଏହି ପୁରା ଘଟଣାର ଭିଡିଓ ସୋସିଆଲ ମିଡ଼ିଆ ଏକ୍ସ’ରେ ଉଦ୍ଧାରକାରୀ ସଂସ୍ଥା ପକ୍ଷରୁ ସେୟାର କରାଯାଇଛି ।

ଏଥିରେ ସାପଟି ନିଜକୁ ସୁରକ୍ଷିତ ମନେ କରି କାର୍ ଇଞ୍ଜିନ ଭିତରେ ବିଶ୍ରାମ ନେଉଥିବା ଭିଡିଓରେ ଦେଖିବାକୁ ମିଳିଛି । ଦୀର୍ଘ ସମୟ ପ୍ରଚେଷ୍ଟା ପରେ ଉଦ୍ଧାରକାରୀ ଦଳର ଜଣେ ସଦସ୍ୟ କାର୍ ତଳେ ପଶି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ଗତ ଅକ୍ଟୋବର ୧୬ ତାରିଖରେ ଏହି ଭିଡିଓଟି ସେୟାର କରାଯାଇଥିବା ବେଳେ ଏହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଅନେକ ଜଣ ଏହି ପୋଷ୍ଟଟିକୁ ଲାଇକ୍ କରିବା ସହ ସେୟାର ଓ କମେଣ୍ଟ କରିଥିବା ଦେଖିବାକୁ ମିଳୁଛି ।