fbpx

Video: କାଳିଆ ଭଜନ ଗାଇ ଲୋକଙ୍କ ହୃଦୟ ଜିତୁଛନ୍ତି ଭିନ୍ନକ୍ଷମ ବାଳକ, ଭାଇରାଲ ହେଉଛି ଭିଡିଓ

ଭଦ୍ରକ: କାଳିଆ ତୋର ଗୋଡ ନାହିଁ ମୋର ବି ଗୋଡ ନାହିଁ। ହେଲେ ତୁ ନିଷ୍ଠୁର ନୁହେଁ ସେଥିପାଇଁ ମତେ ହାତ ଦୁଇଟି ଦେଇଛୁ। ଆଉ ଏଇ ହାତରେ ମୁଁ ବାଜା ବଜାଇ ତୋନାଁରେ ଭଜନ ଗାଇ ଦୁନିଆକୁ ଶୁଣାଉଛି। ତୋ ନାମ ଗାଇ ଗାଇ ମୁଁ ବଞ୍ଚିବାର ବତୀଖୁଣ୍ଟରେ ଦିଗ୍ ଦିଗ୍ ହୋଇ ଜଳୁଛି।

ଧିକ ଜୀବନ ତ ସେହି ଯିଏ ପ୍ରଭୁ ନାମ ଧରି ନାହିଁ। ପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ନିକଟରେ ବସି ଏହି ଗୀତ ଗାଉଛନ୍ତି ଜଣେ ଭିନ୍ନକ୍ଷମ। ଏହି ଗୀତକୁ କଣ୍ଠଶିଳ୍ପୀ ଶ୍ରୀଚରଣ ଗାଇଥିବା ବେଳେ ଏହା ଓଡିଶାର ଏକ ଲୋକପ୍ରିୟ ଗୀତ। ଯାହାକୁ ଗାଇ କାଳିଆ ପ୍ରେମରେ ଏତେ ମଜ୍ଜି ଯାଇଛନ୍ତି ଯେ ନିଜ ଶାରୀରିକ ଅକ୍ଷମତାକୁ ବି ଭୁଲି ଯାଇଛନ୍ତି ସେ। ହାତରେ ବାଜା ସହ କଣ୍ଠରେ କାଳିଆର ନାମ, ତାଙ୍କର ସିନା ଗୋଡ ନାହିଁ ହେଲେ ମୁହଁରେ ରହିଛି ହସ। ଏ ହସ ପଛରେ କେତେ ଯେ ଦୁଖ ଛୁପି ରହିଛି ତାହା କେବଳ ଭଗବାବଙ୍କୁ ଜଣା। ତଥାପି ସେ ଭଗବାନଙ୍କ ଉପରେ ଅଭିମାନ କରିନାହାନ୍ତି ତାଙ୍କର ପ୍ରତ୍ୟକ ନିଷ୍ପତ୍ତିକୁ ସେ ହସି ହସି ଗ୍ରହଣ କରି ନେଇଛନ୍ତି।

ସତେ ଯେମିତି କାଳିଆ ଭଜନ ତାଙ୍କୁ ଦେଉଛି ବଞ୍ଚିବାର ସାହାସ। କାଳିଆର ନାମ ସଂକୀର୍ତ୍ତନ କରି ଲୋକଙ୍କ ମନ ତୋଷୁଛନ୍ତି ଏହି ବାଳକ। ଯାହାର ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। ଯିଏ ଦେଖୁଛି ବାଳକଙ୍କୁ ପ୍ରଶଂସା କରିବା ସହ ଜୟ ଜଗନ୍ନାଥ ବୋଲି କମେଣ୍ଟସ କରୁଛନ୍ତି।

Get real time updates directly on you device, subscribe now.