fbpx
BSKY SKY
BSKY SKY

(Video) ସର୍ବସାଧାରଣରେ ଚାବୁକ ମାଡ଼ ଖାଇଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ

BSKY

ରାୟପୁର: ଦୀପାବଳି ପରେ ଗୋବର୍ଦ୍ଧନ ପୂଜା ଅବସରରେ ନିଜ ଗୃହଜିଲ୍ଲା ଦୁର୍ଗ ଗସ୍ତରେ ରହିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ। ଜଜଙ୍ଗିରିରେ ଆୟୋଜିତ ଗୋବର୍ଦ୍ଧନ ପୂଜାରେ ସେ ସାମିଲ ହୋଇଛନ୍ତି। ସେଠାରେ ପରମ୍ପରା ଅନୁଯାୟୀ ସେ ଚାବୁକ ପ୍ରହାର ଗ୍ରହଣ କରିଛନ୍ତି । ଯାହାର ଭଡ଼ିଓ ସେ ନିଜ ସୋସିଆଲ ମିଡ଼ିଆ ଏକ୍ସ’ରେ ସେୟାର କରିଛନ୍ତି । ତେବେ ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଚାବୁକ୍‌ ମାଡ ପରମ୍ପରାକୁ ନେଇ ମୁଖ୍ୟମନ୍ତ୍ରୀ ବାଘେଲ କହିଛନ୍ତି ଜଣେ ବ୍ୟକ୍ତି ଯେତେ ବଡ଼ ହେଲେ ମଧ୍ୟ ଗୌରା-ଗୌରୀ ସାମ୍ନାରେ ସମସ୍ତେ ସମାନ । ଏହା ସହିତ କୁମାରୀ ଠାରେ ଗୌରା ଗୌରୀଙ୍କୁ ପୂଜା କରି ଭୁପେଶ ବାଘେଲ ଲୋକଙ୍କ ସୁଖ ଓ ସମୃଦ୍ଧତା କାମନା କରିଛନ୍ତି।

ସୂଚନା ଥାଉକି, ଦୀପାବଳି ପରଦିନ ଗୌରା-ଗୌରୀଙ୍କୁ ପୂଜା କରିବାର ପରମ୍ପରା ରହିଛି। ଏଠାରେ ବିଶ୍ୱାସ ରହିଛି ଯେ, ଚାବୁକ ମାଡ଼ ଦ୍ୱାରା ଗୌରା-ଗୌରୀଙ୍କ କୃପାରୁ ଦୁର୍ଭାଗ୍ୟ ଦୂର ହୋଇ ଜୀବନରେ ସମୃଦ୍ଧି ଆସିଥାଏ। ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ନିଜେ ପ୍ରତ୍ୟେକ ଥର ଏହି ରୀତିନୀତିର ଏକ ଅଂଶ ହୋଇଥାନ୍ତି। ତେବେ ସମସ୍ତଙ୍କ ଶୁଭ ମନାସୀ ମୁଖ୍ୟମନ୍ତ୍ରୀ ମାନେ ଗୋବର୍ଦ୍ଧନ ପୂଜା ଅବସରରେ ସର୍ବସାଧାରଣରେ ଚାବୁକମାଡ ଖାଆନ୍ତି।

Get real time updates directly on you device, subscribe now.