fbpx
BSKY
BJD MC SKY
BJD MS SKY

ବୀରେନ୍ଦ୍ର ସେହୱାଗଙ୍କୁ ICCର ବଡ ସମ୍ମାନ, ଏହି ଖାସ୍ କ୍ଲବରେ ହେଲେ ସାମିଲ

ନୂଆଦିଲ୍ଲୀ:ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗଙ୍କୁ ସମସ୍ତେ ଜଣେ ଆକ୍ରାମକ ଓପନିଂ ବ୍ୟାଟସମ୍ୟାନ ଭାବରେ ଜାଣନ୍ତି । ଟେଷ୍ଟ କ୍ରିକେଟରେ ବିନ୍ଦାସ ଅନ୍ଦାଜରେ ଖେଳିବା ସେ ହିଁ ଶିଖାଇଛନ୍ତି । ବୀରେନ୍ଦ୍ର ସେହୱାଗ ନିଜ କ୍ୟାରିୟରରେ ବହୁ ସ୍ମରଣୀୟ ମ୍ୟାଚ୍ ଖେଳିଛନ୍ତି । ମୁଲତାନରେ ପାକିସ୍ତାନ ବିପକ୍ଷରେ କରିଥିବା ବୃହତ୍ତ ୩୦୯ ରନ୍ କୁ ଏବେ ବି କେହି କ୍ରିକେଟପ୍ରେମୀ ଭୁଲି ପାରି ନାହାନ୍ତି । ଏହି ବୃହତ୍ତ ରନ୍ ପରେ ତାଙ୍କୁ ମୁଲତାନର ସୁଲତାନ ବୋଲି କୁହାଯାଉଥିଲା ।

ଅନ୍ତଃରାଷ୍ଟ୍ରୀୟ କ୍ରିକେଟ ପରିଷଦ ଆଇସିସି ବୀରେନ୍ଦ୍ର ସେହୱାଗଙ୍କୁ ଏକ ବଡ ସମ୍ମାନରେ ସମ୍ମାନିତ କରିଛି । ବୀରେନ୍ଦ୍ର ସେହୱାଗଙ୍କୁ ଆଇସିସି ହଲ୍ ଅଫ୍ ଫେମ୍‌ରେ ସାମିଲ କରିଛି । ସେହୱାଗଙ୍କ ବ୍ୟତିତ ଭାରତୀୟ ମହିଳା ଟିମ୍‌ର ପୂର୍ବତନ ଖେଳାଳୀ ଡାଏନା ଏଡୁଲଜି ଓ ଶ୍ରୀଲଙ୍କାର ଲୋକପ୍ରିୟ ଖେଳାଳୀ ଅରବିନ୍ଦ ଡିସିଲଭାଙ୍କୁ ମଧ୍ୟ ହଲ୍ ଅଫ୍ ଫେମ୍‌ରେ ସାମିଲ କରାଯାଇଛି । ଏହାସହିତ ହଲ୍ ଅଫ୍ ଫେମ୍‌ରେ ସାମିଲ ହୋଇଥିବା ଖେଳାଳୀଙ୍କ ସଂଖ୍ୟା ୧୧୨ରେ ପହଞ୍ଚିଛି ।

ବୀରେନ୍ଦ୍ର ସେହୱାଗ ଓ ଡାଏନା ଏଡୁଲଜିଙ୍କ ପୂର୍ବରୁ ଭାରତର ୭ ଜଣ ଖେଳାଳୀଙ୍କୁ ଏହି ସମ୍ମାନ ମିଳିସାରିଛି ।୨୦୨୧ରେ ଭିନୁ ମଙ୍କଡଙ୍କୁ ଏହି ତାଲିକାରେ ସ୍ଥାନ ମିଳିଥିଲା । ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକର ୨୦୧୯ରେ ଏହି ତାଲିକାରେ ସାମିଲ ହୋଇଥିଲେ । ୨୦୧୮ରେ ରାହୁଲ ଦ୍ରାବିଡ ଓ ୨୦୧୯ରେ ଅନିଲ କୁମ୍ବଲେଙ୍କୁ ଏହି ସମ୍ମାନ ମିଳିଥିଲା । ବିଶନ ସିଂ ବେଦୀ ଓ ସୁନୀଲ ଗାଭାସ୍କର ମଧ୍ୟ ଏହି ଆଇସିସି କ୍ରିକେଟ୍ ହଲ୍ ଅଫ୍ ଫେମ୍‌ରେ ସାମିଲ ହୋଇସାରିଛନ୍ତି । କପିଲ ଦେବ ମଧ୍ୟ ୨୦୧୦ରେ ଏହି ତାଲିକାରେ ସାମିଲ ହୋଇଥିଲେ ।

Get real time updates directly on you device, subscribe now.