fbpx

(Video): ରାସ୍ତାରେ ବୁଲୁଛି ବିଶାଳ କୁମ୍ଭୀର, ସହରରେ ଖେଳିଯାଇଛି ଆତଙ୍କ

Advertisement

ମୁମ୍ବାଇ: ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଯୋଗୁଁ କିଛି ଦିନ ହେବ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ଏଥିମଧ୍ୟରେ ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ପ୍ରଭାବରେ ରାସ୍ତାଘାଟ ପାଣିରେ ଭର୍ତ୍ତି ହୋଇଯାଇଥିଲା । ଏଥିପାଇଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରତ୍ନଗିିରି ଜିଲ୍ଲାର ଚିପଲୁନ୍ ସହରର ରାସ୍ତାରେ କୁମ୍ଭୀର ଚାଲୁଥିବାର ଦେଖାଦେଇଛି । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କିଛି ଦିନ ହେବ ରତ୍ନଗିରିରେ ପ୍ରବଳ ବର୍ଷା ଯୋଗୁଁ ପ୍ରମୁଖ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା । ରାସ୍ତାଘାଟରେ ମଧ୍ୟ ପାଣି ଭର୍ତ୍ତି ହେବାରୁ ସାଧାରଣ ଜନତା ଅନେକ ଅସୁବିଧାର ସମ୍ମୁଖୀନ ହେବାର ଦେଖିବାକୁ ମିଳିଥିଲା । ରତ୍ନଗିିରି ଜିଲ୍ଲାର ଚିପଲୁନ୍ ସହରର ରାସ୍ତାରେ କୁମ୍ଭୀର ଚାଲୁଥିବାର ଦେଖାଦେଇଥିଲା । ଏହାକୁ ନେଇ ଲୋକମାନେ ଭୟଭୀତ ହୋଇଯାଇଥିଲେ । ଏହି କୁମ୍ଭୀରର ୧୨ ଫୁଟ୍ ଲମ୍ବା ଅଟେ । କୁମ୍ଭୀରଟି ଭଦୋଦରାର ବିଶ୍ୱାମିତ୍ର ନଦୀରୁ ବାହାରି ଆସିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ପରେ ଖବର ପାଇ ବନ ବିଭାଗ ଅଧିକାରୀ କୁମ୍ଭୀରକୁ ଧରି ନଦୀରେ ଛାଡ଼ି ଦେଇଥିବା ଜଣାପଡ଼ିଛି ।

 

Get real time updates directly on you device, subscribe now.